ଓଡ଼ିଶାଲାଇଭ୍ ବ୍ୟୁରୋ

ବିଜେଡି ଛାଡ଼ିଲେ ଯାଜପୁର ଜିଲ୍ଲା ବରୀର ପୂର୍ବତନ ବିଧାୟିକା ସୁନନ୍ଦା ଦାସ। ବୁଧବାର ସେ ଦଳର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି। ସେ ତାଙ୍କର ଇସ୍ତଫାପତ୍ର ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ନିକଟକୁ ପଠାଇ ଦେଇଛନ୍ତି। ଦଳରେ ଅଣଦେଖା କରାଯାଉଥିବା ଅଭିଯୋଗରେ ସେ ଇସ୍ତଫା ଦେଇଥିବା କହିଛନ୍ତି।

“୨୦୧୯ରେ ନିର୍ବାଚନ ଜିତିବା ପରେ ବରୀବାସୀଙ୍କ ପାଇଁ କାମ କରିବାକୁ ମତେ ସୁଯୋଗ ମିଳିଥିଲା। ତେବେ ଚଳିତ ନିର୍ବାଚନ ସମୟରେ ବିଜେଡିରେ ଯାହା ଘଟିଲା ସେ ସବୁ ମୋ ଆତ୍ମସମ୍ମାନକୁ ଆହତ କରିଥିଲା। ଏଥର ଦଳ ପକ୍ଷରୁ ମତେ ଟିକେଟ ଦିଆଯାଇନଥିଲା। ନିର୍ବାଚନ ପରେ ମତେ ଦଳରେ ଅଣଦେଖା କରାଯାଉଥିଲା। ସଠିକ ନେତାଙ୍କୁ ଟିକେଟ ଦିଆନଯିବାରୁ ଦଳ ହାରିଲା। ନବୀନ ବାବୁ ନିଜେ ଟିକେଟ ବାଣ୍ଟିଥିଲେ ଏପରି ହୋଇନଥାନ୍ତା”, କହିଛନ୍ତି ସୁନନ୍ଦା ଦାସ।

୨୦୨୪ ନିର୍ବାଚନ ପାଇଁ ନବୀନ ପଟ୍ଟନାୟକଙ୍କ ବଦଳରେ ଦଳର ନିକଟତର ପ୍ରଶାସନିକ ଅଧିକାରୀମାନେ ଟିକେଟ ବାଣ୍ଟୁଥିଲେ ବୋଲି ସୁନନ୍ଦା ଦାସ ଅଭିଯୋଗ କରିଛନ୍ତି।       

ସୁନନ୍ଦା ଦାସ ୨୦୧୯ ମସିହାରେ ବିଜେଡି ଟିକେଟରେ ବରୀରୁ ବିଧାୟିକା ହୋଇଥିଲେ। ଏହି ନିର୍ବାଚନରେ ତାଙ୍କୁ ୭୨ ହଜାରରୁ ଅଧିକ ଭୋଟରେ ମିଳିଥିଲା। ହେଲେ ୨୦୨୪ ରାଜ୍ୟ ବିଧାନସଭା ନିର୍ବାଚନରେ ତାଙ୍କୁ ଏଠାରୁ ଆଉ ଟିକେଟ୍ ନଦେଇ ବିଶ୍ଵରଞ୍ଜନ ମଲ୍ଲିକଙ୍କୁ ପ୍ରାର୍ଥୀ କରିଥିଲା ବିଜେଡି।

Tags: #SunandaDas #BJD #Politics #Bari #Jajpur

LEAVE A REPLY

Please enter your comment!
Please enter your name here