ଓଡ଼ିଶାଲାଇଭ୍ ସ୍ଵାସ୍ଥ୍ୟ ବ୍ୟୁରୋ

ଜୀବନଶୈଳୀରେ ପରିବର୍ତ୍ତନ, ଖାଦ୍ୟପେୟରେ ଅନିୟମିତତା ଏବଂ ଦୈନନ୍ଦିନ ବ୍ୟାୟାମର ଅଭାବ କାରଣରୁ ବର୍ତ୍ତମାନ ସମୟରେ ଷ୍ଟ୍ରୋକ୍‌ ସଂଖ୍ୟା ବଢ଼ିବାରେ ଲାଗିଛି। ସାରା ଦୁନିଆରେ ‘ଷ୍ଟ୍ରୋକ୍’ ଏକ ବଡ଼ ସ୍ୱାସ୍ଥ୍ୟଗତ ସମସ୍ୟା ଭାବେ ଉଭା ହୋଇଛି।

ଅଣ ସଂକ୍ରାମକ ରୋଗ କ୍ଷେତ୍ରରେ ‘ଷ୍ଟ୍ରୋକ୍’ ସବୁଠୁ ଅଧିକ ଲୋକଙ୍କ ମୃତ୍ୟୁର କାରଣ ପାଲଟୁଛି। କେବଳ ବୟସ୍କ ନୁହଁନ୍ତି, ଯୁବପିଢି ମଧ୍ୟ ଏହାର ଶିକାର ହେଉଛନ୍ତି। ଯାହା ସମାଜ ପାଇଁ ଏକ ଚିନ୍ତାର ବିଷୟ ବୋଲି ଡାକ୍ତର କୁହନ୍ତି।

ବିଶ୍ଵ ଷ୍ଟ୍ରୋକ୍‌ ଦିବସ ଅବସରରେ ଆଇଏଫଆଇ ଫାଉଣ୍ଡେସନ ପକ୍ଷରୁ ତଥା ଓଡ଼ିଶାଲାଇଭ୍‌ ଓ ସ୍ୱାସ୍ଥ୍ୟପ୍ଲସ୍‌ର ମିଳିତ ଆନୁକୂଲ୍ୟରେ ଅକ୍ଟୋବର ୨୯ରୁ ନଭେମ୍ବର ୭ ତାରିଖ ପର୍ଯ୍ୟନ୍ତ ବିଶେଷ ଜନସ୍ୱାସ୍ଥ୍ୟ ସଚେତନତା କାର୍ଯ୍ୟକ୍ରମ ‘ଷ୍ଟ୍ରୋକ ମୁକ୍ତ ଜୀବନ’। ଏହି ଜନସ୍ୱାସ୍ଥ୍ୟ ସଚେତନତା କାର୍ଯ୍ୟକ୍ରମରେ ଭୁବନେଶ୍ଵରସ୍ଥିତ ଅପୋଲୋ ହସ୍ପିଟାଲ୍ ଆସୋସିଏଟ୍ ପାର୍ଟନର ରହିଛି।

ଉଚ୍ଚ ରକ୍ତଚାପ, ଅନିୟନ୍ତ୍ରିତ ମଧୁମେହ, ମୋଟାପଣ, ଅସ୍ୱାସ୍ଥ୍ୟକର ଜୀବନଶୈଳୀ କାରଣରୁ ବର୍ତ୍ତମାନ ବ୍ରେନ୍‌ ଷ୍ଟ୍ରୋକ୍‌ର ମାମଲା ବଢ଼ିବାରେ ଲାଗିଛି। ବର୍ତ୍ତମାନ ଯୁବାବସ୍ଥାରେ ମଧ୍ୟ ଷ୍ଟ୍ରୋକ୍‌ ହେବାର ଦେଖିବାକୁ ମିଳୁଛି।

ତେବେ ଷ୍ଟ୍ରୋକ୍‌ କାହିଁକି ବଢୁଛି ଓ ଏହାର ମୁକାବିଲା କେମିତି କରିବେ, ସେ ସମ୍ପର୍କରେ ଜାଣିବା ପାଇଁ ଦେଖନ୍ତୁ ଭିଡିଓ।

Tags: #WorldStrokeDay2024 #StrokePrevention #StrokeAwareness #StrokeFreeWorld #BeGreaterThanStroke #IFIFoundation #Swasthyaplus #BrainStroke

Comment