ଓଡ଼ିଶାଲାଇଭ୍ ସ୍ୱାସ୍ଥ୍ୟ ବ୍ୟୁରୋ

ଆଜିର ସମୟରେ ଡାଏବେଟିସ୍ ବା ମଧୁମେହ ରୋଗ ବିଶ୍ଵରେ ଏକ ବଡ଼ ସ୍ୱାସ୍ଥ୍ୟ ସମସ୍ୟା ଭାବେ ମୁଣ୍ଡ ଟେକିଛି। ବିଶ୍ଵର ପ୍ରାୟ ସବୁ ଦେଶରେ ଅଧିକ ମାତ୍ରାରେ ଡାଏବେଟିସ୍ ରୋଗୀ ଚିହ୍ନଟ ହେଉଛନ୍ତି। ଭାରତ ମଧ୍ୟ ଏଥରୁ ବର୍ତ୍ତି ପାରିନାହିଁ।

ଏବେ ଘରେ ଘରେ କାହାକୁ ନା କାହାକୁ ଡାଏବେଟିସ୍ ବା ମଧୁମେହ ହେଉଥିବା ଦେଖୁବାକୁ ମିଳୁଛି। ଡାଏବେଟିସ୍‌ ବିଭିନ୍ନ ଦୁରାରୋଗ୍ୟର କାରଣ ବୋଲି ଡାକ୍ତର କହନ୍ତି। ଏହାକୁ ନିୟନ୍ତ୍ରଣରେ ରଖିଲେ ହାର୍ଟ ଆଟାକ୍, ଉଚ୍ଚ ରକ୍ତଚାପ ଭଳି ବିଭିନ୍ନ ଦୂରାରୋଗ୍ୟ ରୋଗରୁ ଆମେ ରକ୍ଷା ପାଇ ପାରିବା।

ଆପଣଙ୍କୁ ଡାଏବେଟିସ୍ ହୋଇଛି କି ନାହିଁ, ଜାଣିବେ କେମିତି? ଡାଏବେଟିସ ରୋଗର ପ୍ରକାର ଓ ଲକ୍ଷଣ ଜାଣିଲେ ସିନା ଏହାର ଚିକିତ୍ସା କରିବେ। ଏନେଇ ବିଶିଷ୍ଟ ମଧୁମେହ ରୋଗ ବିଶେଷଜ୍ଞ ଡାକ୍ତର ଅଭୟ କୁମାର ସାହୁଙ୍କଠାରୁ ଆସନ୍ତୁ ଜାଣିବା।

ଡାଏବେଟିସ୍ ସମ୍ପର୍କରେ ଲୋକଙ୍କୁ ସଚେତନ କରିବା ପାଇଁ ପ୍ରତିବର୍ଷ ନଭେମ୍ବର ୧୪ ତାରିଖକୁ ‘ଓ୍ଵାର୍ଲ୍ଡ ଡାଏବେଟିସ୍ ଡେ’ ବା ‘ବିଶ୍ଵ ମଧୁମେହ ଦିବସ’ ଭାବେ ପାଳନ କରାଯାଉଛି।

ବିଶ୍ଵ ମଧୁମେହ ଦିବସ ଅବସରରେ ଡାଏବେଟିସ୍ ସମ୍ପର୍କରେ ବିଶିଷ୍ଟ ଡାକ୍ତରମାନଙ୍କର ପରାମର୍ଶ ରହିଥିବା ଭିଡିଓ ଓଡ଼ିଶାଲାଇଭ୍‌ ଏବଂ ସ୍ୱାସ୍ଥ୍ୟପ୍ଲସର ସୋସିଆଲ ଚ୍ୟାନେଲରେ ପ୍ରସାରଣ କରାଯିବ। ଏଥିରେ ଡାଏବେଟିସ୍‌ର କାରଣ, ଲକ୍ଷଣ ଏବଂ ନିରାକରଣ ଆଦି ବିଷୟ ଉପଲବ୍ଧ ରହିବ।

Tags: #WorldDiabetesDay2024 #HealthAwareness #OdiaHealthTips #DoctorAdvice #DiabetesManagement #IFIFoundation #SwasthyaPlus

Comment