ଓଡ଼ିଶାଲାଇଭ୍ ସ୍ୱାସ୍ଥ୍ୟ ବ୍ୟୁରୋ

ଜୀବନଶୈଳୀରେ ପରିବର୍ତ୍ତନ ଏବଂ ଖାଦ୍ୟପେୟରେ ଅନିୟମିତତା ଯୋଗୁଁ ଏବେ ବିଭିନ୍ନ ଶାରୀରିକ ସମସ୍ୟା ଦେଖାଦେଉଛି। ଏଥିମଧ୍ୟରୁ ସବୁଠାରୁ ବଡ଼ ସମସ୍ୟା ପାଲଟିଛି ଡାଏବେଟିସ୍। ଏବେ ଘରେ ଘରେ କାହାକୁ ନା କାହାକୁ ଡାଏବେଟିସ୍ ବା ମଧୁମେହ ହେଉଥିବା ଦେଖୁବାକୁ ମିଳୁଛି।

ଡାଏବେଟିସ୍‌ ବିଭିନ୍ନ ଦୁରାରୋଗ୍ୟର କାରଣ ବୋଲି ଡାକ୍ତର କହନ୍ତି। ଏହାକୁ ନିୟନ୍ତ୍ରଣରେ ରଖିଲେ ହାର୍ଟ ଆଟାକ୍, ଉଚ୍ଚ ରକ୍ତଚାପ ଭଳି ବିଭିନ୍ନ ଦୂରାରୋଗ୍ୟ ରୋଗରୁ ଆମେ ରକ୍ଷା ପାଇ ପାରିବା।

ତେଣୁ ଠିକ୍ ସମୟରେ ଡାକ୍ତରଙ୍କ ପରାମର୍ଶ ଅନୁଯାୟୀ ଚିକିତ୍ସା କରାଇବା ଦ୍ଵାରା ଡାଇବେଟିସ୍ ପୀଡ଼ିତ ବ୍ୟକ୍ତି ଉପଶମ ପାଇପାରିବେ।

ତେବେ ଡାଏବେଟିସକୁ କେମିତି ନିୟନ୍ତ୍ରଣରେ ରଖିବେ? ଡାଏବେଟିସ୍ ରୋଗୀ କେମିତି ସୁସ୍ଥ ରହିବେ? ବରିଷ୍ଠ ମଧୁମେହ ରୋଗ ବିଶେଷଜ୍ଞ ଡାକ୍ତର ଆଲୋକ କାନୁନଗୋଙ୍କଠାରୁ ଆସନ୍ତୁ ଏବିଷୟରେ ସବିଶେଷ ତଥ୍ୟ ଜାଣିବା।

ଡାଏବେଟିସ୍ ସମ୍ପର୍କରେ ଲୋକଙ୍କୁ ସଚେତନ କରିବା ପାଇଁ ପ୍ରତିବର୍ଷ ନଭେମ୍ବର ୧୪ ତାରିଖକୁ ‘ଓ୍ଵାର୍ଲ୍ଡ ଡାଏବେଟିସ୍ ଡେ’ ବା ‘ବିଶ୍ଵ ମଧୁମେହ ଦିବସ’ ଭାବେ ପାଳନ କରାଯାଉଛି।

ବିଶ୍ଵ ମଧୁମେହ ଦିବସ ଅବସରରେ ଡାଏବେଟିସ୍ ସମ୍ପର୍କରେ ବିଶିଷ୍ଟ ଡାକ୍ତରମାନଙ୍କର ପରାମର୍ଶ ରହିଥିବା ଭିଡିଓ ଓଡ଼ିଶାଲାଇଭ୍‌ ଏବଂ ସ୍ୱାସ୍ଥ୍ୟପ୍ଲସର ସୋସିଆଲ ଚ୍ୟାନେଲରେ ପ୍ରସାରଣ କରାଯିବ। ଏଥିରେ ଡାଏବେଟିସ୍‌ର କାରଣ, ଲକ୍ଷଣ ଏବଂ ନିରାକରଣ ଆଦି ବିଷୟ ଉପଲବ୍ଧ ରହିବ।

Tags: #WorldDiabetesDay2024 #HealthAwareness #OdiaHealthTips #DoctorAdvice #DiabetesManagement #IFIFoundation #SwasthyaPlus

Comment