ଓଡ଼ିଶାଲାଇଭ୍ ବ୍ୟୁରୋ
ଆସନ୍ତାକାଲିଠାରୁ ଆରମ୍ଭ ହେବାକୁ ଯାଇଛି ବିଶ୍ଵପ୍ରସିଦ୍ଧ କଟକ ବାଲିଯାତ୍ରା। ଏନେଇ ସବୁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ତେବେ ବାଲିଯାତ୍ରା ପାଇଁ କଟକରେ ଲକ୍ଷାଧିକ ଲୋକଙ୍କ ସମାଗମ ହେବାର ସମ୍ଭାବନା ଥିବାରୁ କମିଶନରେଟ ପୋଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଛି। ବାଲିଯାତ୍ରା ପାଇଁ କଟକ ସହରରେ ଟ୍ରାଫିକ ଗାଇଡଲାଇନ୍ ଜାରି ହୋଇଛି।
କଟକ ବାଲିଯାତ୍ରା ପାଇଁ ରେ ୩୦୦ରୁ ଅଧିକ ଅଧିକାରୀଙ୍କ ସହ ୭୦ ପ୍ଲାଟୁନ ପୋଲିସ ଫୋର୍ସକୁ ମୁତୟନ କରାଯାଇଛି। ଏଥିସହ ଉଭୟ ତଳ ଓ ଉପର ବାଲିଯାତ୍ରା ପଡିଆରେ ୨୭ଟି ଏଡ୍ ପୋଷ୍ଟ ଏବଂ ପାଞ୍ଚଟି ୱାଚ ଟାୱାର ରହିବ। ନଭେମ୍ବର ୧୫ ତାରିଖରୁ ୨୨ ତାରିଖ ପର୍ଯ୍ୟନ୍ତ କଟକ ସହର ମଧ୍ୟରେ ଓ ରିଂ ରୋଡରେ ଭାରିଯାନ ଚଳାଚଳ ସମ୍ପୂର୍ଣ୍ଣ ରୂପେ ବନ୍ଦ ରହିବ।
କମିଶନରେଟ ପୋଲିସ୍ ପକ୍ଷରୁ କଟକ ସହର ପାଇଁ କରାଯାଇଥିବା ଟ୍ରାଫିକ୍ ବ୍ୟବସ୍ଥା ଅନୁସାରେ, ଭୁବନେଶ୍ଵରରୁ ନନ୍ଦନକାନନ, ବାରଙ୍ଗ, ତ୍ରିଶୂଳିଆ ଏବଂ କାଠଯୋଡି ରିଂ ରୋଡ୍ ଦେଇ ଖାନନଗର ପଟୁ ଆସୁଥିବା ସମସ୍ତ ତିନି ଚକିଆ ଓ ଚାରି ଚକିଆ ଯାନ ୱେଲଭିୟୁ (ଜୁଡିସିଆଲ ଏକାଡ଼େମୀ), ସତୀଚୌରା ଛକ, ସେଲଟର ଛକ ଓ କନିକା ଛକ ଦେଇ ବାଲିଯାତ୍ରା ପଡ଼ିଆ ଆଡ଼କୁ ଯାଇ ପରିବେ ନାହିଁ। ସେମାନେ ୱେଲଭିୟୁ ଛକରୁ ସିଡିଏ ୧୧ ଛକ ଦେଇ ବିଜୁପଟ୍ଟନାୟକ ପାର୍କ, ଭୁଆସୁଣୀ ପଡ଼ିଆ କିମ୍ବା କୃଷକ ବଜାର ପଡ଼ିଆରେ ଗାଡି ପାର୍କି କରିବେ।
ଆଠଗଡ଼, ବାଙ୍କି ପଟୁ ଆସୁଥିବା ତିନି ଚକିଆ ଓ ଚାରି ଚକିଆ ଯାନ ନରାଜ ସେତୁ ଓ ମଧୁସୂଦନ ସେତୁ ଦେଇ ବିଜୁପଟ୍ଟନାୟକ ପାର୍କ କିମ୍ବା ଭୁଆସୁଣୀ ପଡିଆରେ ଗାଡି ପାକିଂ କରିବେ।
ସେହିପରି ସତୀ ଚଉରା ଛକରୁ ଦୁଇ ଚକିଆ ଓ ତିନି ଚକିଆ ଯାନଗୁଡ଼ିକ ସେଲ୍ଟର ଛକ ଓ କନିକା ଛକ ଦେଇ ବାଲିଯାତ୍ରା ପଡ଼ିଆରେ ନିର୍ଦ୍ଧାରିତ ହୋଇଥିବା ପାର୍କିଂ ସ୍ଥଳ ଯଥା ଦୟାଶ୍ରମ ସାମ୍ନା ପଡ଼ିଆ କିମ୍ବା କାର୍ତ୍ତିକେଶ୍ଵର ଗଡ଼ାର ବାମପଟ ପଡ଼ିଆରେ ଗାଡ଼ି ପାର୍କିଂ କରିପାରିବେ।
ଏହାସହ ଚହଟା ଛକରୁ କୌଣସି ତିନି ଚକିଆ ଓ ଚାରି ଚକିଆ ଯାନ ସିଧା ହରିଣ ପାର୍କ ଦେଇ ବାଲିଯାତ୍ରା ପଡ଼ିଆକୁ ଯାଇପାରିବେ ନାହିଁ। ସେହି ଗାଡ଼ିଗୁଡ଼ିକ ଭୁଆସୁଣୀ ପଡ଼ିଆରେ ପାର୍କିଂ ହେବା ନେଇ ବ୍ୟବସ୍ଥା ହୋଇଛି।
ଭୁଆସୁଆଣୀ ପଡ଼ିଆ ଏବଂ ଚହଟା ପାଖରୁ କେବଳ ଦୁଇ ଚକିଆ ଯାନଗୁଡ଼ିକ ହରିଣ ପାର୍କ ପର୍ଯ୍ୟନ୍ତ ଆସି ବାଲିଯାତ୍ରା ପଡ଼ିଆ ପୂର୍ବରୁ ନିର୍ଦ୍ଧାରିତ ହୋଇଥିବା କାର୍ତ୍ତିକେଶ୍ଵର ଗଡ଼ା ପାଖ ପାର୍କିଂରେ ଗାଡ଼ି ରଖି ପାରିବେ।
ହରିଣ ପାର୍କ ଛକରୁ କୌଣସି ତିନି ଚକିଆ ଓ ଚାରି ଚକିଆ ଯାନ ସିଧା ବାଲିଯାତ୍ରା ପଡ଼ିଆ ଆଡ଼କୁ ଯାଇପାରିବେ ନାହିଁ। ସେଗୁଡ଼ିକ ସେହି ଛକରୁ ଡାହାଣକୁ ଯାଇ ଖ୍ରୀଷ୍ଟିଆନ ପଡ଼ିଆରେ ଗାଡ଼ି ପାର୍କିଂ କରି ବାଲିଯାତ୍ରା ପଡ଼ିଆକୁ ଯାଇପାରିବେ। ଏହାସହ ମଧୁକୁଞ୍ଜ ପାର୍କ ପାଖରୁ କୌଣସି ଗାଡ଼ି ମଧୁସୂଦନ ପାଠାଗାର ଦେଇ ସିଧା ବାଲିଯାତ୍ରା ପଡିଆ ଆଡ଼କୁ ଆସିପାରିବେ ନାହିଁ।
ବିଜୁ ପଟ୍ଟନାୟକ ଛକଠାରୁ କୌଣସି ତିନି ଚକିଆ ଓ ଚାରି ଚକିଆ ଯାନ ଦୟାଶ୍ରମ ରାସ୍ତାରେ ସିଧା ବାଲିଯାତ୍ରା ଆଡ଼କୁ ଯାଇପାରିବେ ନାହିଁ। ସେମାନେ ପାଖରେ ଥିବା ଖ୍ରୀଷ୍ଟିଆନ ପଡ଼ିଆରେ ଗାଡ଼ି ପାର୍କିଂ କରି ବାଲିଯାତ୍ରା ପଡ଼ିଆକୁ ଯାଇପାରିବେ।
ବିଜୁ ପଟ୍ଟନାୟକ ଛକଠାରୁ କେବଳ ଦୁଇ ଚକିଆ ଦୟାଶ୍ରମ ରାସ୍ତାରେ ଯାଇ ବାମ ପଟେ ଥିବାର ପଡ଼ିଆରେ ଗାଡ଼ି ପାର୍କିଂ କରି ବାଲିଯାତ୍ରା ପଡ଼ିଆକୁ ଯାଇପାରିବେ।
କନିକା ଛକଠାରୁ କୌଣସି ତିନି ଚକିଆ ଓ ଚାରି ଚକିଆ ଯାନ ସିଧା ଚଣ୍ଡୀ ମନ୍ଦିର ଛକ ଦେଇ ବାଲିଯାତ୍ରା ଆଡ଼କୁ ଯାଇପାରିବେ ନାହଁ। ସେହିପରି ଚଣ୍ଡୀ ମନ୍ଦିରଛକଠାରୁ କୌଣସି ତିନି ଚକିଆ ଓ ଚାରି ଚକିଆ ଯାନ ସିଧା କନଭେଣ୍ଟ ସ୍କୁଲ ଛକ ଦେଇ ବାଲିଯାତ୍ରାକୁ ଯାଇପାରିବେ ନାହିଁ। ସେମାନେ ବିଜୁ ପଟ୍ଟନାୟକ ଛକ ଦେଇ ଆନନ୍ଦ ଭବନ ପାଖରେ ଥିବା ଖ୍ରୀଷ୍ଟିୟାନ ପଡ଼ିଆ କିମ୍ବା ଗୋରାକବର ପଡ଼ିଆରେ ଗାଡି ପାର୍କିଂ କରି ବାଲିଯାତ୍ରାକୁ ଯାଇପାରିବେ।
ସମାଜ ଅଫିସ ଛକ ଠାରୁ କୌଣସି ଚିନି ଚକିଆ ଓ ଚାରି ଚକିଆ ଯାନ ନାରି ସେବାସଦନ ଛକ ଦେଇ ସିଧା ବାଲିଯାତ୍ରା ପଡ଼ିଆ ଆଡ଼କୁ ଯାଇପାରିବେ ନାହିଁ। ନାରୀ ସେବା ସଦନ ଛକ ଏବଂ ଓଡ଼ିଶା ପୋଲିସ ଆସୋସିଏସନ ଛକ ଠାରୁ କୌଣସି ଗାଡ଼ି ସିଧା ମଧୁସୂଦନ ଷ୍ଟାଚ୍ୟୁ ଆଡକୁ ଯାଇପାରିବେ ନାହିଁ।
ବକ୍ସିବଜାର ଫାୟାର ଷ୍ଟେସନ୍ ଛକଠାରୁ କୌଣସି ତିନି ଚକିଆ ଓ ଚାରି ଚକିଆ ଯାନ ରିଜର୍ଭ ପୋଲିସ ଲାଇନ ଦେଇ ବାଲିଯାତ୍ରା ପଡ଼ିଆ ଆଡ଼କୁ ଯାଇପାରିବେ ନାହିଁ। ସେମାନେ ନାରୀ ସେବା ସଦନ ଛକରୁ ଡାହାଣକୁ ଯାଇ କଳାବିକାଶ କେନ୍ଦ୍ର ଓ ପି.ଏଚ.ଡି ଅଫିସ ଛକ ଦେଇ ଦୟାଶ୍ରମ ସାମ୍ନାରେ ଗାଡି ପାର୍କିଂ କରି ବାଲିଯାତ୍ରାକୁ ଯାଇପାରିବେ।
ଯୋବ୍ରା ଓ ମାତାମଠ ପଟୁ ଆସୁଥିବା ସମସ୍ତ ଯାନ ବୋଷ ଇଞ୍ଜିନୟରିଂ କଲେଜ ପାଖ ପଡ଼ିଆ, ମାତାମଠ ପାର୍ଶ୍ୱ ପଡ଼ିଆ କିମ୍ବା ଓଡ଼ିଶା ମୁଖ୍ୟ ବିଚାରପତିଙ୍କ ବାସଭବନ ପାଖରୁ ଡାହାଣପଟ ଗଡ଼ାରେ ଥିବା ଷ୍ଟାଣ୍ଡଗୁଡ଼ିକରେ ଗାଡ଼ି ପାର୍କିଂ କରି ବାଲିଯାତ୍ରାକୁ ଯାଇ ପାରିବେ।
Tags: #CuttackBalijatra #Culture #Tradition #TrafficAdvisory #CommissioneratePolice