ଓଡ଼ିଶାଲାଇଭ୍ ସ୍ଵାସ୍ଥ୍ୟ ବ୍ୟୁରୋ
ଆଜି ବିଶ୍ୱ ମଧୁମେହ ଦିବସ ବା ୱାର୍ଲ୍ଡ ଡାଏବେଟିସ୍ ଡେ’। ପ୍ରତିବର୍ଷ ନଭେମ୍ବର ୧୪ ତାରିଖକୁ ବିଶ୍ଵ ମଧୁମେହ ଦିବସ ଭାବେ ପାଳନ କରାଯାଏ। ଡାଏବେଟିସ୍ ରୋଗ ବାବଦରେ ଜନସଚେତନତା ସୃଷ୍ଟି କରିବା ହିଁ ଏହି ଦିବସର ମୂଳ ଲକ୍ଷ୍ୟ ରହିଛି।
ସମଗ୍ର ବିଶ୍ୱରେ ମଧୁମେହ ରୋଗ ଏକ ଜଟିଳ ସମସ୍ୟା ଭାବେ ଦେଖିବାକୁ ମିଳୁଛି। ଏହି ରୋଗରୁ ସମ୍ପୂର୍ଣ୍ଣ ଭାବେ ସୁସ୍ଥ ହେବା ଏକ ପ୍ରକାର ଅସମ୍ଭବ। ହେଲେ ଏହାକୁ ନିୟନ୍ତ୍ରଣରେ ରଖିଲେ ବିଭିନ୍ନ ଦୂରାରୋଗ୍ୟରୁ ରକ୍ଷା ମିଳିପାରିବ ବୋଲି ଡାକ୍ତର କୁହନ୍ତି।
ଇନସୁଲିନ୍ ହରମୋନ ହେଉଛି ଆମ ଶରୀରର ଏକ ପ୍ରକାରର ଜୀବକୋଷ। ଇନସୁଲିନ ହରମୋନ ଆମ ଶରୀରରୁ କମ କ୍ଷରଣ ହେଲେ ଆମକୁ ଡାଏବେଟିସ୍ ରୋଗ ହୁଏ। ତେଣୁ ଇନସୁଲିନ୍ ହରମୋନକୁ ଔଷଧ ଭାବେ ଗ୍ରହଣ କରିବାକୁ ପଡ଼ିଥାଏ।
ତେବେ ସବୁ ଡାଏବେଟିସ୍ ରୋଗୀଙ୍କୁ ଇନସୁଲିନ୍ ଦରକାର ହୁଏ କି, ଇନସୁଲିନ୍ ହରମୋନ କିଭଳି କାମ କରେ, କେଉଁମାନେ ଇନସୁଲିନ ନେଇପାରିବେ, ଇନସୁଲିନକୁ କେମିତି ନେବେ, ସେ ସମ୍ପର୍କରେ ବିଶିଷ୍ଟ ମଧୁମେହ ବିଶେଷଜ୍ଞ ଡାକ୍ତର ଆଲୋକ କାନୁନଗୋଙ୍କଠାରୁ ଅଧିକ ଜାଣିବା ପାଇଁ ସ୍ୱାସ୍ଥ୍ୟପ୍ଲସ ଓଡ଼ିଆର ଏହି ଭିଡିଓ ଦେଖନ୍ତୁ।
ବିଶ୍ଵ ମଧୁମେହ ଦିବସ ଅବସରରେ ଡାଏବେଟିସ୍ ସମ୍ପର୍କରେ ବିଶିଷ୍ଟ ଡାକ୍ତରମାନଙ୍କର ପରାମର୍ଶ ରହିଥିବା ଭିଡିଓ ଓଡ଼ିଶାଲାଇଭ୍ ଏବଂ ସ୍ୱାସ୍ଥ୍ୟପ୍ଲସର ସୋସିଆଲ ଚ୍ୟାନେଲରେ ପ୍ରସାରଣ କରାଯିବ। ଏଥିରେ ଡାଏବେଟିସ୍ର କାରଣ, ଲକ୍ଷଣ ଏବଂ ନିରାକରଣ ଆଦି ବିଷୟ ଉପଲବ୍ଧ ରହିବ।
Tags: #WorldDiabetesDay2024 #HealthAwareness #OdiaHealthTips #DoctorAdvice #DiabetesManagement #IFIFoundation #SwasthyaPlus #Insulin














