ଓଡ଼ିଶାଲାଇଭ୍ ବ୍ୟୁରୋ

ଝାଡ଼ଖଣ୍ଡର ଧାନବାଦରେ ପ୍ରବାସୀ ଓଡ଼ିଆମାନଙ୍କ ଦ୍ଵାରା ପାଳିତ ହୋଇଛି କାର୍ତ୍ତିକ ପୂର୍ଣ୍ଣିମା। ଏହି ଅବସରରେ ଆଇଆଇଟି ଧାନବାଦରେ ଓଡ଼ିଶାର ଗୌରବମୟ ଇତିହାସ ଓ ପ୍ରାଚୀନ ନୌବାଣିଜ୍ୟ ପରମ୍ପରାର ମୂକସାକ୍ଷୀ ବୋଇତ ବନ୍ଦାଣ ଉତ୍ସବକୁ ଉତ୍ସାହପୂର୍ଣ୍ଣ ଭାବେ ପାଳନ କରାଯାଇଛି। ଧାନବାଦର କଳିଙ୍ଗ ସମାଜ ପକ୍ଷରୁ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା।

ଆଇଆଇଟି ଧାନବାଦ ପରିସରରେ ଓଡ଼ିଆ ଛାତ୍ରଛାତ୍ରୀ ଓ କଳିଙ୍ଗ ସମାଜର ସଦସ୍ୟମାନେ ଧୁମଧାମ ଓ ସମସ୍ତ ରୀତିନୀତିର ସହ ଡଙ୍ଗା ଭସାଇଥିଲେ। ସୁସଜ୍ଜିତ ଡଙ୍ଗାକୁ ଯଥାବିଧି ପୂଜା ପରେ ଓଡ଼ିଶାର ପ୍ରାଚୀନ ନୌବାଣିଜ୍ୟ ଗୌରବକୁ ସ୍ମରଣ କରି ଡଙ୍ଗା ଭସାଯାଇଥିଲା।

ଏହାପରେ ଧାନବାଦ ସ୍ଥିତ ଶ୍ରୀଜଗନ୍ନାଥ ମନ୍ଦିରରେ ପ୍ରସ୍ତୁତ ହବିଷ ଅନ୍ନ ଖାଇ ଛାତ୍ରଛାତ୍ରୀମାନେ ପଞ୍ଚୁକ ପାଳନ କରିଥିଲେ। ପ୍ରବାସୀ ଓଡ଼ିଆ ମନେ ରା଼ଜ୍ୟରୁ ବହୁଦୂରରେ ରହି ମଧ୍ୟ ନିଜ ସଂସ୍କତି ପ୍ରତି ସମ୍ମାନ ଓ ଭଲପାଇବା ଆଇଆଇଟି କ୍ୟାମପ୍ସରେ ଏକ ସୁନ୍ଦର ବାତାବରଣ ସୃଷ୍ଟି କରିଥିଲା।

Tags: #KartikPurnima #Boitabandan #Festival #IITDhanbad #DhanbadKalingaSamaj #Jharkhand

Comment