ଓଡ଼ିଶାଲାଇଭ୍ ବ୍ୟୁରୋ

ଦାଣ୍ଡରେ ପଡ଼ି ହାଟରେ ଗଡ଼ିଲାଣି ଓଲିଉଡ କଳି। ଭୁବନେଶ୍ଵର ଡିସିପି ଅଫିସ ଆଗରେ ମୁହାଁମୁହିଁ ହୋଇଛନ୍ତି ଅଭିନେତା ମନୋଜ ମିଶ୍ର ଏବଂ ନିର୍ଦ୍ଦେଶକ ବବି ଇସଲାମ।

ଚରମ ସୀମାରେ ପହଞ୍ଚିଲାଣି ଅଭିନେତା ମନୋଜ ମିଶ୍ର ଏବଂ ନିର୍ଦ୍ଦେଶକ ବବି ଇସଲାମଙ୍କ କଳି। ମନୋଜ ଓ ବବିଙ୍କ ମଧ୍ୟରେ ଲାଗି ରହିଥିବା ବିବାଦର ସମାଧାନ ପାଇଁ ଉଭୟ ଶୁକ୍ରବାର ଦିନ ଭୁବନେଶ୍ଵର ଡିସିପି ଅଫିସକୁ ଆସିଥିଲେ। ଅଫିସ ଆଗରେ ଉଭୟଙ୍କ ମଧ୍ୟରେ କଥା କଟାକଟି ଚରମ ସୀମାରେ ପହଞ୍ଚିଥିଲା।

ପରିସ୍ଥିତି ଅଣାୟତ ହେବା ଦେଖି ଡିସିପି ପିନାକ ମିଶ୍ର ଘଟଣାସ୍ଥଳରେ ପହଞ୍ଚି ଉଭୟଙ୍କୁ ବୁଝାସୁଝା କରିଥିଲେ। ଏହି ଘଟଣାର ଆପୋଷ ସମାଧାନ ହୋଇଥିବା ଜଣାପଡ଼ିଛି। ଉଭୟ ମନୋଜ ମିଶ୍ର ଏବଂ ବବି ଇସଲାମଙ୍କୁ ସୋସିଆଲ ମିଡିଆରେ ଆପେକ୍ଷ କରିବାରୁ ନିବୃତ୍ତ ରହିବାକୁ ଡିସିପି ପରାମର୍ଶ ଦେଇଛନ୍ତି।

ଓଲିଉଡ ସିନେମା ଏବଂ ନିର୍ଦ୍ଦେଶନାକୁ ନେଇ ମନୋଜ ମିଶ୍ର ସୋସିଆଲ ମିଡିଆରେ ଅରୁଚିକର ମନ୍ତବ୍ୟ ଦେଉଥିବା ନେଇ ନଭେମ୍ବର ୧୨ ତାରିଖରେ କଟକ ସାଇବର ଥାନାରେ ଏତଲା ଦେଇଥିଲେ ଓଡ଼ିଶା ଫିଲ୍ମ ଓ ଟିଭି ନିର୍ଦ୍ଦେଶକ ସଂଘ।

ଗୁରୁବାର ଦିନ ନିର୍ଦ୍ଦେଶକ ବବି ଇସଲାମଙ୍କ ନିକଟକୁ ଧମକପୂର୍ଣ୍ଣ ମେସେଜ ଆସିଥିଲା। ଏଥିପାଇଁ ସେ ମନୋଜ ମିଶ୍ର ଏବଂ ତାଙ୍କ ଟିମକୁ ଦାୟୀ କରିଥିଲେ। ଉଭୟଙ୍କ ମଧ୍ୟରେ ଲାଗି ରହିଥିବା ବିବାଦକୁ ସମାଧାନ କରିବା ଲାଗି ଶୁକ୍ରବାର ବାର ଦିନ ଉଭୟଙ୍କୁ ଡିସିପି ଅଫିସକୁ ଡକାଯାଇଥିଲା।

Tags: #ManojMishra #BobyIslam #Bhubaneswar #OllywoodFight #DCPOffice

Comment