ଓଡ଼ିଶାଲାଇଭ୍ ବ୍ୟୁରୋ

ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନ ପାଇଁ ଶନିବାର ଭୋଟ୍ ଗଣତି ହେଉଛି। ଏଠାରେ କଂଗ୍ରେସ ଓ ଜେଏମଏମର ନେତୃତ୍ଵରେ ଇଣ୍ଡିଆ ମେଣ୍ଟ ଆଗରେ ରହିଛି। ସେଥିରୁ ଜେଏମଏମ ସର୍ବାଧିକ ସିଟରେ ଆଗୁଆ ରହିଛି। ସେହିପରି ବିଜେପି ଦ୍ୱିତୀୟ ସ୍ଥାନରେ ରହି ପଛରେ ପଡ଼ିଯାଇଛି। ତେବେ କିଛି ଆସନରେ ଜେଡିୟୁ ଏବଂ ଆରଜେଡି ଓ କିଛି ସ୍ଵାଧୀନ ପ୍ରାର୍ଥୀମାନେ ଆଗୁଆ ଚାଲିଛନ୍ତି।

ଭାରତୀୟ ନିର୍ବାଚନ ଆୟୋଗଙ୍କ ତରଫରୁ ମିଳିଥିବା ସୂଚନା ଅନୁସାରେ ଦିନ ଗୋଟାଏ ସୁଦ୍ଧା ଝାଡ଼ଖଣ୍ଡରେ ଇଣ୍ଡିଆ ମେଣ୍ଟ ୫୦ଟି ଆସନରେ ଆଗୁଆ ରହିଛି। ସେଥିରୁ ଜେଏମଏମ ୩୧ଟି ଓ କଂଗ୍ରେସ ୧୪ଟି ଆସନରେ ଆଗୁଆ ରହିଛି। ଏହାସହ ମେଣ୍ଟରେ ଥିବା ଆରଜେଡି ୪ଟି ଓ ସିପିଆଇଏମ ୨ଟି ଆସନରେ ଆଗୁଆ ରହିଛି।

ଅନ୍ୟପଟେ ବିଜେପି ୨୬ଟି ଆସନରେ ଆଗୁଆ ଚାଲିଥିବାବେଳେ ଏନଡିଏର ଅନ୍ୟ ଦଳ ଏଜେଏସୟୁ, ଏଲଜେପି ଓ ଜେଡିୟୁ ଗୋଟିଏ ଲେଖାଏଁ ସିଟରେ ଆଗୁଆ ରହିଛନ୍ତି।

ଏହି ନିର୍ବାଚନରେ ଇଣ୍ଡିଆ ମେଣ୍ଟ ଝାଡ଼ଖଣ୍ଡର ଆଦିବାସୀ ବହୁଳ ଅଞ୍ଚଳରେ ଅଧିକ ସଫଳ ହୋଇଛି। ତେବେ ସହରୀ ଅଞ୍ଚଳରେ ବିଜେପି ଆଗୁଆ ରହିଛି।

ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନ ପାଇଁ ନଭେମ୍ବର ୧୩ ଓ ୨୦ ତାରିଖରେ ଦୁଇଟି ପର୍ଯ୍ୟାୟରେ ଭୋଟ ଗ୍ରହଣ ହୋଇଥିଲା। ପ୍ରଥମ ପର୍ଯ୍ୟାୟରେ ପ୍ରତିଶତ ୬୬.୬୫ ପ୍ରତିଶତ ଓ ଦ୍ଵିତୀୟ ପର୍ଯ୍ୟାୟରେ ୬୯ ପ୍ରତିଶତ ମତଦାନ ହୋଇଥିଲା।

Tags: #JharkhandAssemblyElections2024 #Results #Voters #ECI #Jharkhand #India

Comment