ଓଡ଼ିଶାଲାଇଭ୍ ବ୍ୟୁରୋ

ଆର୍ଥିକ ବର୍ଷ ୨୦୨୪-୨୫ ଲାଗି ଓଡ଼ିଶା ବିଧାନସଭାରେ ଆଗତ ହୋଇଛି ଅତିରିକ୍ତ ବଜେଟ୍। ୧୨ ହଜାର ୧୫୬ କୋଟି ଟଙ୍କାର ଏହି ଅତିରିକ୍ତ ବଜେଟକୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମଙ୍ଗଳବାର ଅପରାହ୍ଣରେ ଉପସ୍ଥାପନ କରିଛନ୍ତି।

ଏହି ଅତିରିକ୍ତ ବଜେଟରେ ସୁଭଦ୍ରା ପାଇଁ ସର୍ବାଧିକ ୧,୧୯୬ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି। ଏହାସହ ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା ପାଇଁ ୬୪୪ କୋଟି ଟଙ୍କା ଏବଂ ମଧୁବାବୁ ପେନସନ ଯୋଜନା ପାଇଁ ୩୩୮ କୋଟି ଟଙ୍କା ବ୍ୟୟବରାଦ ହୋଇଛି।

ସେହିପରି ଭୁବନେଶ୍ଵରରେ ପ୍ରବାସୀ ଭାରତୀୟ ଦିବସ ପାଇଁ ୧୨୫ କୋଟି ଟଙ୍କା, ରାଜ୍ୟରେ ସିଏପିଏଫ୍‌ ମୁତୟନ ପାଇଁ ୨୯୯ କୋଟି ଟଙ୍କା, ପୋଲିସ ଷ୍ଟେସନ ଓ ଫାଣ୍ଡିରେ ସିସିଟିଭି ବ୍ୟବସ୍ଥା ପାଇଁ ୫୧ କୋଟି ଟଙ୍କା, ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ବିସ୍ତୃତ ସୁବିଧା ପାଇଁ ୨୬ କୋଟି ଟଙ୍କା, ଅଗ୍ନିଶମ ସେବାର ଆଧୁନିକୀକରଣ ଓ ସଂପ୍ରସାରଣ ପାଇଁ ୧୨୦ କୋଟି ଟଙ୍କା ଏବଂ ରାଜ୍ୟରେ ବନ୍ୟା ନିୟନ୍ତ୍ରଣ ଓ ଡ୍ରେନେଜ୍‌ ପାଇଁ ୬୬ କୋଟି ବ୍ୟୟ ବରାଦ କରାଯାଇଛି।

ଅତିରିକ୍ତ ବଜେଟ୍ ଆଗତ ହେବାପରେ ବିଧାନସଭାକୁ ବୁଧବାର ସକାଳ ୧୧ଟା ଯାଏଁ ମୁଲତବୀ କରାଯାଇଛି। ଡିସେମ୍ବର ୫ ତାରିଖରେ ଏହି ଅତିରିକ୍ତ ବଜେଟ୍ ପାରିତ ହେବ।

Tags: #OdishaAssembly #WinterSession #AdditionalBudget #Odisha

LEAVE A REPLY

Please enter your comment!
Please enter your name here