ଓଡ଼ିଶାଲାଇଭ୍ ବ୍ୟୁରୋ

ଓଡ଼ିଶାର ସବୁ ସବଡିଭିଜନରେ ଖୋଲିବ ଶୀତଳଭଣ୍ଡାର। ଏଥିରେ ଚାଷୀମାନେ ସେମାନଙ୍କ କୃଷି ଉତ୍ପାଦ ସଂରକ୍ଷିତ ରଖିପାରିବେ। ଏନେଇ ବୁଧବାର ବିଧାନସଭାରେ ସୂଚନା ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ ତଥା କୃଷି ଓ କୃଷକ ସଶକ୍ତିକରଣ ବିଭାଗ ମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ।

ବୁଧବାର ବିଧାନସଭାର ପ୍ରଶ୍ନକାଳରେ ରାଜ୍ୟରେ ଶୀତଳଭଣ୍ଡାରର ସ୍ଥିତିକୁ ନେଇ ହୋଇଥିବା ପ୍ରଶ୍ନ ଉପରେ ଉପମୁଖ୍ୟମନ୍ତ୍ରୀ ଉତ୍ତର ରଖିଥିଲେ।

“ରାଜ୍ୟର ସବୁ ୫୮ଟି ସବଡିଭିଜନରେ ଶୀତଳଭଣ୍ଡାର ନିର୍ମାଣ ପାଇଁ ରାଜ୍ୟ ସରକାର ଯୋଜନା କରିଛନ୍ତି। ଏହି ଶୀଳତଭଣ୍ଡାରଗୁଡ଼ିକ ପବ୍ଲିକ୍ ପ୍ରାଇଭେଟ୍ ପାର୍ଟନରସିପ୍ (ପିପିପି) ମୋଡରେ ନିର୍ମାଣ କରାଯିବ। ଆଉ ଶୀତଳଭଣ୍ଡାରର ଆବଶ୍ୟକତା ରହିଲେ, ପିପିପି ମୋଡରେ ଆହୁରି ହାଇବ୍ରିଡ କୋଲଡ ଷ୍ଟୋରେଜ ନିର୍ମାଣ ପାଇଁ ଯୋଜନା କରାଯିବ”, କହିଛନ୍ତି କନକ ବର୍ଦ୍ଧନ ସିଂହଦେଓ।

ରାଜ୍ୟରେ ଶୀତଳଭଣ୍ଡାରର ଅଭାବ ଯୋଗୁଁ ଚାଷୀଙ୍କୁ ନିଜ ଉତ୍ପାଦ ସଂରକ୍ଷିତ କରି ରଖିବାରେ ସମସ୍ୟା ହେଉଛି। ଏନେଇ ଅଧିକରୁ ଅଧିକ ଶୀତଳଭଣ୍ଡାର ସ୍ଥାପନ ପାଇଁ ଦାବି ହୋଇଆସୁଛି।    

Tags: #ColdStorage #Farmers #KanakVardhanSinghDeo #OdishaAssembly

LEAVE A REPLY

Please enter your comment!
Please enter your name here