ଓଡ଼ିଶାଲାଇଭ୍ ବ୍ୟୁରୋ

ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ କିଏ ହେବେ, ତାକୁ ନେଇ ଦୀର୍ଘଦିନ ଧରି ଲାଗି ରହିଥିବା କଳ୍ପନା ଜଳ୍ପନାର ଅନ୍ତ ଘଟିଛି। ଦେବେନ୍ଦ୍ର ଫଡନାବିସ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଗାଦିରେ ବସିବାକୁ ନିଷ୍ପତ୍ତି ହୋଇଛି।

ଦେବେନ୍ଦ୍ର ଫଡନାବିସଙ୍କ ହାତକୁ ଯିବ ମହାରାଷ୍ଟ୍ରର ଶାସନ ଭାର। ବୁଧବାର ଦିନ ଅନୁଷ୍ଠିତ ବିଜେପିର ଗୁରୁତ୍ଵପୂର୍ଣ୍ଣ ବୈଠକରେ ଫଡନାବିସଙ୍କୁ ମୁଖ୍ୟମନ୍ତ୍ରୀ କରିବା ପାଇଁ ସହମତି ପ୍ରକାଶ ପାଇଛି। ଆସନ୍ତାକାଲି, ଗୁରୁବାର ଦିନ ମହାରାଷ୍ଟ୍ରର ନୂଆ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ଦେବେନ୍ଦ୍ର ଫଡନାବିସ।

ମହାରାଷ୍ଟ୍ରର ନୂଆ ସରକାରର ଶପଥ ଗ୍ରହଣ ସମାରୋହ ମୁମ୍ବାଇର ଆଜାଦ ମଇଦାନଠାରେ ଆୟୋଜନ କରାଯିବ। ଏଥିପାଇଁ ଜୋରସୋର ପ୍ରସ୍ତୁତି ଆରମ୍ଭ ହୋଇଛି।

ଶିବସେନା ମୁଖ୍ୟ ଏକନାଥ ସିନ୍ଦେ ଏବଂ ଏନସିପି ନେତା ଅଜିତ ପାଓ୍ଵାର ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବାର ସମ୍ଭାବନା ରହିଛି।

Tags: #Politics #MaharastraPolitics #MaharastraNewCM #BJP #DevendraFadnavis #Mumbai

LEAVE A REPLY

Please enter your comment!
Please enter your name here