ଓଡ଼ିଶାଲାଇଭ୍ ବ୍ୟୁରୋ
ଲୋକାର୍ପିତ ହେଲା ନବନିର୍ମିତ ଜୁଡିସିଆଲ କମ୍ପ୍ଲେକ୍ସ। ଗୁରୁବାର ସନ୍ଧ୍ୟାରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଭୁବନେଶ୍ଵରସ୍ଥିତ ଖୋର୍ଦ୍ଧା ଜିଲ୍ଲା ନ୍ୟାୟିକ ପରିସରକୁ ଲୋକାର୍ପଣ କରିଛନ୍ତି। ଆୟୋଜିତ ସମାରୋହରେ ରାଜ୍ୟପାଳ ରଘୁବର ଦାସ ଏବଂ ହାଇକୋର୍ଟ ମୁଖ୍ୟ ବିଚାରପତି ଚକ୍ରଧାରୀ ଶରଣ ସିଂହ ପ୍ରମୁଖ ଯୋଗ ଦେଇଥିଲେ।
ଦେଶର ସର୍ବଶ୍ରେଷ୍ଠ ଜିଲ୍ଲା ଜଜ୍ କୋର୍ଟର ଏହି ନୂଆ କମ୍ପ୍ଲେକ୍ସକୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଉଦଘାଟନ କରିଛନ୍ତି। ଏହି କମ୍ପ୍ଲେକ୍ସ ଅତ୍ୟାଧୁନିକ ଇଂଜିନିୟରିଂ ଜ୍ଞାନକୌଶଳରେ ନିର୍ମିତ। ଏହାର କୋଠାକୁ ବେସମେଣ୍ଟ ଓ ଗ୍ରାଉଣ୍ଡଫ୍ଲୋରକୁ ମିଶାଇ ୫ ମହଲା କରାଯାଇଛି। ଏହା ସମ୍ପୂର୍ଣ୍ଣ ଶୀତତାପ ନିୟନ୍ତ୍ରିତ ରହିଛି।
କୋର୍ଟ ମଧ୍ୟରେ ମାଗଣା ୱାଇଫାଇ ବ୍ୟବସ୍ଥାକ କରାଯାଇଛି। ଏଠାରେ ପ୍ରବେଶ ଓ ପ୍ରସ୍ଥାନ ପାଇଁ ୫ଟି ଗେଟ୍ ରହିଛି। କୋର୍ଟ ମଧ୍ୟରେ ପୋଷ୍ଟ ଅଫିସ୍, ବ୍ୟାଙ୍କ ଓ ଏକ ଡିସପେନସରି ରହିଛି।
Tags: #JudicialCourtComplex #InaugurationCeremony #DraupadiMurmu #PresidentOfIndia #Bhubaneswar #Odisha