ଓଡ଼ିଶାଲାଇଭ୍ ବ୍ୟୁରୋ

ରାଜ୍ୟସଭାରେ କଂଗ୍ରେସ ସାଂସଦଙ୍କ ସିଟ୍ ତଳୁ ମିଳିଛି ବିଡ଼ା ବିଡ଼ା ଟଙ୍କା। ଶନିବାର ସୁରକ୍ଷାକର୍ମୀଙ୍କ ଯାଞ୍ଚ ବେଳେ ସିଟ୍ ତଳୁ ନୋଟ ବଣ୍ଡଲ ମିଳିଛି। ଏନେଇ ରାଜ୍ୟସଭା ସଭାପତି ଜଗଦୀପ ଧନକଢ଼ ଗୃହରେ ସୂଚନା ଦେଇଛନ୍ତି। ଏହାକୁ ନେଇ ବିଜେପି ସାଂସଦମାନେ ଗୃହରେ ବିରୋଧ ପ୍ରଦର୍ଶନ କରିବା ସହ ମାମଲାର ତଦନ୍ତ ଦାବି କରିଛନ୍ତି।

ରାଜ୍ୟସଭାର ସିଟ୍ ନମ୍ବର ୨୨୨ ତଳୁ ଏହିସବୁ ନୋଟ ବଣ୍ଡଲ ଜବତ ହୋଇଥିଲା। ଏହି ସିଟ୍ କଂଗ୍ରେସ ସାଂସଦ ଅଭିଷେକ ମନୁ ସିଂଘବୀଙ୍କ ହୋଇଥିବା ସୂଚନା ମିଳିଛି। ତେବେ ଏହି ଜବତ ଟଙ୍କା ତାଙ୍କର ବୋଲି ହେଉଥିବା ଅଭିଯୋଗକୁ ସେ ଖଣ୍ଡନ କରିଛନ୍ତି।

ଅଭିଷେକ ମନୁ ସିଂଘବୀ କହିଛନ୍ତି, “ମୁଁ ଟଙ୍କା ମିଳିବା ବିଷୟରେ କିଛି ଜାଣି ନାହିଁ କି ସେ ଟଙ୍କା ମୋର ନୁହେଁ। ଗୁରୁବାର ୧୨ଟା ୫୭ ସମୟରେ ମୁଁ ରାଜ୍ୟସଭା ପ୍ରକୋଷ୍ଠରେ ପହଞ୍ଚି ଥିଲି। ମୋ ପାଖରେ ମାତ୍ର ଗୋଟିଏ ୫୦୦ ଟଙ୍କିଆ ନୋଟ୍ ଥିଲା। ଏହାପରେ ୧ ଟା ୩୦ ପର୍ଯ୍ୟନ୍ତ ସଂସଦର କ୍ୟାନଣ୍ଟିନରେ ବସିବା ପରେ ମୁଁ ଚାଲିଯାଇଥିଲି।”

ତେବେ କେତେ ଟଙ୍କା ଜବତ ହୋଇଛି ସେ ନେଇ ରାଜ୍ୟସଭା ପକ୍ଷରୁ କୌଣସି ସୂଚନା ଦିଆଯାଇନାହିଁ। ଏହାକୁ ନେଇ ଆଗକୁ ତଦନ୍ତ କରାଯିବ।   

ଅନ୍ୟପଟେ ଟଙ୍କା ବିଡ଼ା ମିଳିବା ପରେ ଏହାକୁ ନେଇ ରାଜନୀତି ସରଗରମ ହୋଇଛି। ସଂସଦରେ ବିଭିନ୍ନ ପ୍ରସଙ୍ଗକୁ ନେଇ ବିଜେପିକୁ ଲଗାତାର ଘେରୁଥିବା କଂଗ୍ରେସ, ଏବେ ବିଜେପିର ବିରୋଧର ଶିକାର ହୋଇଛି।

Tags: #Rajyasabha #NoteSeizure #CongressMP #Politics #India

LEAVE A REPLY

Please enter your comment!
Please enter your name here