ଓଡ଼ିଶାଲାଇଭ୍ ବ୍ୟୁରୋ

ଯାତ୍ରା ମଞ୍ଚରେ ଆଉ ଦେଖିବାକୁ ମିଳିବନି ଅଶ୍ଳୀଳ ନୃତ୍ୟ। ଯାତ୍ରା ମଞ୍ଚରେ ଅଶ୍ଳୀଳ ନୃତ୍ୟ ପରିବେଷଣ ଉପରେ ରୋକ ଲାଗିବ। ଖୁବଶୀଘ୍ର ଏହା ଉପରେ ମାର୍ଗଦର୍ଶିକା ଆଣିବାକୁ ଯାଉଛନ୍ତି ରାଜ୍ୟ ସରକାର। ଶୁକ୍ରବାର ଦିନ ବିଧାନସଭା ଗୃହରେ ଏହା କହିଛନ୍ତି ସଂସ୍କୃତି ବିଭାଗ ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ।

ଏହି ପ୍ରସଂଗରେ କିଛିଦିନ ତଳେ ଆଇନ ମନ୍ତ୍ରୀ ପୃଥ୍ଵୀରାଜ ହରିଚନ୍ଦନ ପ୍ରତିକ୍ରିୟା ରଖିଥିଲେ। ଆଇନମନ୍ତ୍ରୀ କହିଥିଲେ, “ଯାତ୍ରା ମଞ୍ଚରେ ଅଶ୍ଳୀଳ ନୃତ୍ୟ ପରିବେଷଣ ଓଡ଼ିଆ ସଂସ୍କୃତି ବିରୋଧୀ। ଯାତ୍ରା ମଞ୍ଚରେ ଅଶ୍ଳୀଳତା ହଟାଇବା ଲାଗି ରାଜ୍ୟ ସରକାର ଏହା ଉପରେ ଗୁରୁତର ସହ ବିଚାର କରୁଛନ୍ତି।”

ଯାତ୍ରା ମଞ୍ଚରେ ଅଶ୍ଳୀଳ ନୃତ୍ୟ ପରିବେଷଣକୁ ନେଇ କିଛି ମାସ ତଳେ ବିଭିନ୍ନ ମହଲରେ ପ୍ରତିକ୍ରିୟା ପ୍ରକାଶ ପାଇବା ସହ ଏହା ଉପରେ ରୋକ ଲଗାଇବାକୁ ଦାବି ହୋଇଥିଲା। ଏହା ଉପରେ ପଦକ୍ଷେପ ନେବାକୁ ଯାଉଛନ୍ତି ରାଜ୍ୟ ସରକାର।
Tags: #JatraPandal #OpenPandalPlay #OdishaGovt #vulgarity

Comment