ଓଡ଼ିଶାଲାଇଭ୍ ବ୍ୟୁରୋ

ନିମ୍ନମାନର ଛତୁଆ ଯୋଗାଇ ଅଡ଼ୁଆରେ ପଡ଼ିଛନ୍ତି ରାଜ୍ୟର ୧୨୫ ସ୍ଵୟଂ ସହାୟକ ଗୋଷ୍ଠୀ। ମହିଳା ଓ ଶିଶୁ ବିକାଶ ବିଭାଗ ପକ୍ଷରୁ ସମ୍ପୃକ୍ତ ସ୍ଵୟଂ ସହାୟକ ଗୋଷ୍ଠୀଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି କରାଯାଇଛି। ଏ ନେଇ ବିଧାନସଭାରେ ସୂଚନା ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା।

ବିଧାନସଭା ଗୃହରେ ବିଧାୟକ କଳିକେଶ ନାରାୟଣ ସିଂହଦେଓ ନିମ୍ନମାନର ଛତୁଆ ପ୍ରସଂଗ ଉଠାଇବା ପରେ ଏହାର ଉତ୍ତରରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା କହିଥିଲେ, ସ୍ଵୟଂ ସହାୟକ ଗୋଷ୍ଠୀ ନିମ୍ନମାନର ଛତୁଆ ଯୋଗାଉଛନ୍ତି।

“ଭୁବନେଶ୍ଵରସ୍ଥିତ ଷ୍ଟେଟ ଫୁଡ ଟେଷ୍ଟିଙ୍ଗ ଲ୍ୟାବରେ ଛତୁଆର ମାନ ପରୀକ୍ଷା କରାଯାଇଥିଲା। ୧୨୫ଟି ସ୍ଵୟଂ ସହାୟକ ଗୋଷ୍ଠୀ ବିରୋଧରେ ନିମ୍ନମାନର ଛତୁଆ ଯୋଗାଣ ନେଇ ଅଭିଯୋଗ ଆସିଛି। ଏ ନେଇ ୬୩ ଜଣ ଏସଡିପିଓଙ୍କ ସମେତ ସୁପରଭାଇଜରମାନଙ୍କୁ ମଧ୍ୟ ମହିଳା ଓ ଶିଶୁ ବିକାଶ ବିଭାଗ ପକ୍ଷରୁ କାରଣ ଦର୍ଶାଅ ନୋଟିସ ଜାରି କରାଯାଇଛି”, କହିଛନ୍ତି ଉପମୁଖ୍ୟମନ୍ତ୍ରୀ।

Tags: #LowQualityChhatuaIssue #ShowCauseNotice #SHG #OdishaAssembly #PravatiParida #Odisha

Comment