ଓଡ଼ିଶାଲାଇଭ୍ ବ୍ୟୁରୋ

(ବାଲେଶ୍ଵରରୁ କୃଷ୍ଣ କୁମାର ମହାନ୍ତି): ବାଲେଶ୍ଵର ଜିଲ୍ଲା ବଳାଙ୍ଗୀ ଡିଗ୍ରୀ କଲେଜରେ ଫିଟ୍ ଇଣ୍ଡିଆ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। କଲେଜ ଅଧ୍ୟକ୍ଷ ଡକ୍ଟର ରତ୍ନାକର ସିଂହଙ୍କ ପୌରୋହିତ୍ୟରେ ଈଶାଣୀ ମିନି ଷ୍ଟାଡିୟମଠାରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।

ବାଲେଶ୍ଵର ପୌରପାଳିକା ଅଧ୍ୟକ୍ଷା ସବିତା ସାହୁ ମୁଖ୍ୟ ଅତିଥି ଭାବେ ଯୋଗଦେଇ କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ। ପାଠପଢ଼ା ସହ ଖେଳକୁଦର ଆବଶ୍ୟକତା ରହିଛି ବୋଲି ମୁଖ୍ୟ ଅତିଥି କହିଥିଲେ। ସମ୍ମାନିତ ଅତିଥି ଭାବେ ସାରଗାଁ ସରପଞ୍ଚଙ୍କ ପ୍ରତିନିଧି ସୁଶାନ୍ତ ଶତପଥୀ ଯୋଗ ଦେଇଥିଲେ।

ଅଧ୍ୟାପକ ଅଜୟ କୁମାର ମହାକୁଡ଼ ଅତିଥିମାନଙ୍କ ପରିଚୟ ପ୍ରଦାନ କରିବା ସହ କାର୍ଯ୍ୟକ୍ରମର ଆଭିମୁଖ୍ୟ ସମ୍ପର୍କରେ ବର୍ଣ୍ଣନା କରିଥିଲେ। କ୍ରୀଡ଼ା ଅଧିକାରୀ ରୂପକ କୁମାର ବେହେରା ଓ କ୍ରୀଡ଼ା ଶିକ୍ଷକ ରାଜେନ୍ଦ୍ର ପ୍ରଧାନ କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ମନୋଜ ନାୟକ, ସୁରେନ୍ଦ୍ର ପଣ୍ଡା ସଞ୍ଜୟ ଦେ, ପ୍ରୀତିରେଖା ପାତ୍ର, ଇପ୍ସିତା ପାତ୍ର, ପ୍ରିୟଙ୍କା ପାତ୍ରଳ ମୋନାଲିନା ଦାସ, ନମିତା ଦାସ, ଶିଳ୍ପା ସୁମନ କମିଳା, ସଂଗୀତା ନାୟକ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।

Tags: #AnnualAthleticMeet #BalangiDegreeCollege #FitIndiaProgram #Odisha

LEAVE A REPLY

Please enter your comment!
Please enter your name here