ଓଡ଼ିଶାଲାଇଭ୍ ବ୍ୟୁରୋ

ସରିଗଲା ଓଡ଼ିଶା ବିଧାନସଭାର ଶୀତ ଅଧିବେଶନ। ଆଉ ୧୬ଟି କାର୍ଯ୍ୟ ଦିବସ ପୂର୍ବରୁ ବନ୍ଦ ହୋଇଛି ଶୀତ ଅଧିବେଶନ। ଏହି ଅଧିବେଶନ ନଭେମ୍ବର ୨୬ରୁ ଡିସେମ୍ବର ୩୧ ତାରିଖ ପର୍ଯ୍ୟନ୍ତ ଚାଲିବାର ଥିଲା। ବୁଧବାର ବିଧାନସଭାକୁ ଅନିର୍ଦ୍ଦିଷ୍ଟ କାଳ ଯାଏଁ ମୁତଲବୀ ଘୋଷଣା କରିଛନ୍ତି ବାଚସ୍ପତି ସୁରମା ପାଢ଼ୀ।

ଏଥର ଶୀତ ଅଧିବେଶନରେ ୩୦ଟି କାର୍ଯ୍ୟଦିବସର ଆୟୋଜନ ହେବାର ଥିଲା। ତେବେ ସେଥିରୁ ୧୨ଟି କାର୍ଯ୍ୟ ଦିବସ ଅନୁଷ୍ଠିତ ହୋଇଛି। ଏହି ଅଧିବେଶନରେ ୨ଟି ସରକାରୀ ବିଲ୍‌ ପାରିତ ହେବାସହ ୧୦ଟି ବେସରକାରୀ ବିଲ୍‌ ଆଗତ ହୋଇଥିଲା।

ଶୀତ ଅଧିବେଶନର ପ୍ରଥମ ଦିନରେ ବିଧାନସଭାର ଦିବଙ୍ଗତ ସଦସ୍ୟଙ୍କ ଉଦ୍ଦେଶ୍ୟରେ ଶୋକ ପ୍ରସ୍ତାବ ଆଗତ ହୋଇଥିଲା। ଏହାପରେ ଚଳିତ ଆର୍ଥିକ ବର୍ଷ ପାଇଁ ଅତିରିକ୍ତ ବଜେଟ୍ ଆଗତ କରିଥିଲେ ରାଜ୍ୟ ସରକାର।  

ତେବେ ଶୀତ ଅଧିବେଶନରେ ବିଧାନସଭା ବେଶ୍ ସରଗରମ ରହିଥିଲା। ଆମ୍ବଟାକୁଆ ଖାଇ ମୃତ୍ୟୁ, ପୋଲାଭରମ ପ୍ରକଳ୍ପ ତଥା ମିଶନ ଶକ୍ତି ମହିଳାଙ୍କ ବକେୟା ଦରମା ଭଳି ବିଭିନ୍ନ ପ୍ରସଙ୍ଗକୁ ନେଇ ସରକାରଙ୍କୁ ଘେରିଥିଲେ ବିରୋଧୀ। ବାରମ୍ବାର ବିରୋଧୀଙ୍କ ହଟ୍ଟଗୋଳ ଯୋଗୁଁ ଗୃହ ମୁଲତବି ରହିଥିବା ଦେଖିବାକୁ ମିଳିଥିଲା।

Tags: #OdishaAssemblyWinterSession #Politics #Odisha

LEAVE A REPLY

Please enter your comment!
Please enter your name here