ଓଡ଼ିଶାଲାଇଭ୍ ବ୍ୟୁରୋ

ଓଡ଼ିଶା ସିଭିଲ ସର୍ଭିସେସ୍ ପରୀକ୍ଷାରେ ସଫଳତା ପାଇଛନ୍ତି ଭୁବନେଶ୍ଵରର ଅମ୍ରିତ ଆଚାର୍ଯ୍ୟ। ୨୦୨୨ ମସିହା ଓସିଏସ୍ ପରୀକ୍ଷାରେ ୭୧ ନମ୍ବର ରାଙ୍କ୍ ହାସଲ କରିଛନ୍ତି ଅମ୍ରିତ। ପ୍ରଥମ ପ୍ରୟାସରେ ତାଙ୍କୁ ମିଳିଛି ଏହି ସଫଳତା।

କୌଣସି କାମରେ ସଫଳ ହେବାକୁ ହେଲେ ହାର୍ଡ ଓ୍ଵାର୍କ ସହ ସ୍ମାର୍ଟ ଓ୍ଵାର୍କ ଜରୁରୀ ବୋଲି ଅମ୍ରିତ କୁହନ୍ତି।

ଗ୍ରାଜୁଏସନ ସରିବା ପରେ ଓସିଏସ୍ ପରୀକ୍ଷା ପାଇଁ ପ୍ରସ୍ତୁତି ଆରମ୍ଭ କରିଥିଲେ ଅମ୍ରିତ ଆଚାର୍ଯ୍ୟ। ଏହି ପରୀକ୍ଷାରେ ସଫଳ ହେବା ପାଇଁ ତାଙ୍କୁ ଦିନକୁ ପ୍ରାୟ ୮ ଘଣ୍ଟା ପ୍ରସ୍ତୁତି କରିବାକୁ ପଡ଼ୁଥିଲା।

କମ ସମୟ ମଧ୍ୟରେ ସମ୍ପୂର୍ଣ୍ଣ ସିଲାବସ୍ ସାରିବା ତାଙ୍କ ପାଇଁ ବଡ଼ ଚ୍ୟାଲେଞ୍ଜ ଥିଲା। ତେବେ କଠିନ ପରିଶ୍ରମ ଏବଂ ଏକାଗ୍ରତା ତାଙ୍କୁ ଓଡ଼ିଶା ସିଭିଲ ସର୍ଭିସେସ ପରୀକ୍ଷାରେ ସଫଳତା ଦେଇଥିବା କହିଛନ୍ତି ଅମ୍ରିତ ଆଚାର୍ଯ୍ୟ।

ଓସିଏସ୍ ପରୀକ୍ଷା ପାଇଁ ପ୍ରସ୍ତୁତି ଓ ସଫଳତା କାହାଣୀ ସମ୍ପର୍କରେ ଓଡ଼ିଶାଲାଇଭ୍‌ର ସାକ୍ଷାତକାରରେ ବିସ୍ତୃତ ଭାବେ କହିଛନ୍ତି ଅମ୍ରିତ ଆଚାର୍ଯ୍ୟ। ଦେଖନ୍ତୁ ଭିଡିଓ।

Tags: #SuccessStory #AmritAcharya #Topper #OAS #OCS #OPSC #OdishaCivilServices

Comment