ଓଡ଼ିଶାଲାଇଭ୍ ବ୍ୟୁରୋ

ଆଜିଠାରୁ ଆରମ୍ଭ ହେବ ଶ୍ରୀମନ୍ଦିର ରତ୍ନଭଣ୍ଡାରର ମରାମତି କାମ। ଏଏସ୍ଆଇ, ଶ୍ରୀମନ୍ଦିର ପ୍ରଶାସନ ଏବଂ ତଦାରଖ କମିଟି କର୍ମକର୍ତ୍ତାଙ୍କ ଉପସ୍ଥିତିରେ ମରାମତି ହେବ। ପ୍ରଥମେ ଭିତର ଓ ପରେ ବାହାର ରତ୍ନଭଣ୍ଡାରର ମରାମତି କାମ କରାଯିବ। ଏନେଇ ସବୁ ପ୍ରସ୍ତୁତି ଶେଷ ହୋଇଛି।
ମଙ୍ଗଳବାର ମହାପ୍ରଭୁଙ୍କ ଭୋଗ ମଣ୍ଡପ ନୀତି ସରିବା ପରେ ଦିନ ୧୨ଟା ୩୦ ସମୟରେ ମନ୍ଦିର ପ୍ରଶାସନ ପକ୍ଷରୁ ରତ୍ନଭଣ୍ଡାର ଦୁଆର ଚାବି ଖୋଲାଯିବ। ଏହାପରେ ସବୁ କର୍ମୀମାନେ ଭିତରକୁ ପ୍ରବେଶ କରିବେ। ଦିନ ୧ଟା ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ମରାମତି ପାଇଁ ସମୟ ସ୍ଥିର ହୋଇଛି।
ମରାମତି କାମ ପାଇଁ ଭିତର ଓ ବାହାର ରତ୍ନଭଣ୍ଡାରରେ ଭାରା ବନ୍ଧାଯାଇ ଏହାର କାନ୍ଥ, ଛାତ ଏବଂ ଚଟାଣରୁ ପଲସ୍ତରା ଛଡ଼ାଯିବ। ନୂତନ ପଲସ୍ତରା କରାଯିବା ସହ ପୁରୁଣା ଦୁଆର ବନ୍ଧ ଏବଂ କବାଟ ବଦଳା ଯିବ। ରାଜ୍ୟ ସରକାରଙ୍କ ମାର୍ଗଦର୍ଶିକା ଅନୁସାରେ ମରାମତି କାମ ହେବ। ୩ ମାସ ମଧ୍ୟରେ ଏହି ମରାମତି ଶେଷ କରିବାକୁ ସ୍ଥିର କରାଯାଇଛି।
ତେବେ ରତ୍ନଭଣ୍ଡାରର ମରାମତି କାମ ଚାଲୁଥିବାବେଳେ ଭକ୍ତମାନେ ବାହାର କାଠ ନିକଟରେ ମହାପ୍ରଭୁଙ୍କୁ ଦର୍ଶନ କରିପାରିବେ। ଏନେଇ ଜଗମୋହନରେ ସ୍ଵତନ୍ତ୍ର ଭାବେ ବ୍ୟାରିକେଡ ସହ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି।
Tags: #ShreeMandir #RatnaBhandar #RepairWork #ASI #Puri #Odisha