ଓଡ଼ିଶାଲାଇଭ୍ ବ୍ୟୁରୋ

(କୃଷ୍ଣ କୁମାର ମହାନ୍ତି): ବାଲେଶ୍ୱର ଜିଲ୍ଲାସ୍ତରୀୟ ବାଲ୍ ବୈଜ୍ଞାନିକ ପ୍ରଦର୍ଶନୀ ୨୦୨୪-୨୫ ଅନୁଷ୍ଠିତ ହୋଇଯାଇଛି। ଏଥିରେ ୭ଟି ବିଷୟବସ୍ତୁ ଉପରେ ମୋଟ ୮୪ଟି ପ୍ରକଳ୍ପ ପ୍ରଦର୍ଶିତ ହୋଇଥିଲା।
ଜିଲ୍ଲା ଶିକ୍ଷା ଅଧିକାରୀ ପ୍ରାଚୀ ତନୟା ଗିରିଙ୍କ ସଭାପତିତ୍ୱରେ ଆୟୋଜିତ ପ୍ରଦର୍ଶନୀ କାର୍ଯ୍ୟକ୍ରମରେ ବାଲେଶ୍ଵର ସଦର ବିଧାୟକ ମାନସ ଦତ୍ତ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ମୁଖ୍ୟବକ୍ତା ଭାବେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ନାରାୟଣ ପ୍ରଧାନ ଯୋଗ ଦେଇଥିବାବେଳେ ସମ୍ମାନିତ ଅତିଥି ଭାବେ ଚାନ୍ଦିପୁର ଆଇଟିଆର୍ ବୈଜ୍ଞାନିକ ପ୍ରିୟନାଥ ପଣ୍ଡା, ଅତିରିକ୍ତ ଜିଲ୍ଲା ଶିକ୍ଷାଧିକାରୀ ଧରଣୀଧର ପାତ୍ର, ସଦର ଗୋଷ୍ଠୀ ଶିକ୍ଷା ଅଧିକାରୀ ରାସମଣୀ ନାୟକ, ବାହାନଗା ଗୋଷ୍ଠୀ ଶିକ୍ଷା ଅଧିକାରୀ ସୋମାରାଣୀ ସେଠୀ, ଜିଲ୍ଲା ସ୍କୁଲର ପ୍ରଧାନ ଶିକ୍ଷୟିତ୍ରୀ ସୂର୍ଯ୍ୟସିଖା ମହାନ୍ତି, ଜିଲ୍ଲା ଶାରୀରିକ ଶିକ୍ଷା ଅଧିକାରୀ ଅଶୋକ କୁମାର ନାୟକ ଓ ଜିଲ୍ଲା ବିଜ୍ଞାନ ପରିଦର୍ଶକ ହରେନ୍ଦ୍ର ମହାନ୍ତି ପ୍ରମୁଖ ମଞ୍ଚାସୀନ ଥିଲେI
ଏହି ପ୍ରଦର୍ଶନୀରେ ଜିଲ୍ଲାର ୧୨ଟି ବ୍ଲକରୁ ଖାଦ୍ୟ, ସ୍ୱାସ୍ଥ୍ୟ ଏବଂ ସ୍ୱଚ୍ଛତା, ପରିବହନ ଏବଂ ଯୋଗାଯୋଗ, ପ୍ରାକୃତିକ ଚାଷ, ବିପର୍ଯ୍ୟୟ ପରିଚାଳନା, ଗଣିତ, ବର୍ଜ୍ୟବସ୍ତୁ ପରିଚାଳନା ଓ ଉତ୍ସ ପରିଚାଳନା ଭଳି ୭ଟି ବିଷୟବସ୍ତୁ ଉପରେ ମୋଟ ୮୪ଟି ପ୍ରକଳ୍ପ ପ୍ରଦର୍ଶିତ ହୋଇଥିଲା। ସେଥିମଧ୍ୟରୁ ୭ଟି ପ୍ରକଳ୍ପ ରାଜ୍ୟସ୍ତରୀୟ ପ୍ରଦର୍ଶନୀ ନିମନ୍ତେ ମନୋନୀତ ହୋଇଛନ୍ତି। କାର୍ଯ୍ୟକ୍ରମ ଶେଷରେ କୃତୀ ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରାଯାଇଥିଲା।
Tags: #DistrictLevelYoungScientistExhibition #Project #Balasore #Odisha