ଓଡ଼ିଶାଲାଇଭ୍ ବ୍ୟୁରୋ

ହରିୟାଣାର ପୂର୍ବତନ ମୁଖ୍ୟମନ୍ତ୍ରୀ ଓମ୍ ପ୍ରକାଶ ଚୌଟାଲାଙ୍କର ପରଲୋକ ଘଟିଛି। ଶୁକ୍ରବାର ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ଦେହାନ୍ତ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୮୯ ବର୍ଷ ବୟସ ହୋଇଥିଲା। ସେ ୪ ଥର ହରିୟଣାର ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ଵ ତୁଲାଇଥିଲେ।
ଓମ୍ ପ୍ରକାଶ ଚୌଟାଲା ହୃଦ୍ରୋଗରେ ପୀଡ଼ିତ ହୋଇ ଅନେକ ଦିନରୁ ଅସୁସ୍ଥ ଥିଲେ। ତାଙ୍କୁ ଚିକିତ୍ସା ପାଇଁ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଶୁକ୍ରବାର ତାଙ୍କ ସ୍ଵାସ୍ଥ୍ୟାବସ୍ଥା ଅଧିକ ଖରାପ ହୋଇ ତାଙ୍କର ଦେହାନ୍ତ ହୋଇଥିଲା
ଅନେକ ବିଶିଷ୍ଟ ବ୍ୟକ୍ତି ତାଙ୍କୁ ଶେଷ ଦର୍ଶନ କରି ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି। ଶୁକ୍ରବାର ତାଙ୍କର ଅନ୍ତିମ ସଂସ୍କାର କରାଯିବ।
ଓମ୍ ପ୍ରକାଶ ଚୌଟାଲା ଅଳ୍ପ ବୟସରୁ ରାଜନୀତିରେ ପ୍ରବେଶ କରିଥିଲେ। ସେ ୧୯୮୯ରେ ପ୍ରଥମଥର ପାଇଁ ହରିୟାଣାର ମୁଖ୍ୟମନ୍ତ୍ରୀ ହୋଇଥିଲେ। ଏହାପରେ ୧୯୯୦, ୧୯୯୧ରେ ସ୍ୱଳ୍ପ ସମୟ ପାଇଁ ହରିୟାଣାର ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ଵ ତୁଳାଇଥିଲେ।
ଏହାପରେ ୧୯୯୯ରୁ ୨୦୦୫ ଯାଏଁ ଚତୁର୍ଥ ଥର ପାଇଁ ସେ ହରିୟାଣାର ମୁଖ୍ୟମନ୍ତ୍ରୀ ରହିଥିଲେ। ୨୦୦୧ ମସିହାରେ ସେ ଇଣ୍ଡିଆନ ନାସନାଲ ଲୋକ ଦଳର ଅଧ୍ୟକ୍ଷ ହୋଇଥିଲେ।
Tag: #OmPrakashChautala #CMofHaryana #Politician #India

















