ଓଡ଼ିଶାଲାଇଭ୍ ବ୍ୟୁରୋ

ଜର୍ମାନୀର ମେଗଡେବର୍ଗ ସହରର ଏକ ଖ୍ରୀଷ୍ଟମାସ ମାର୍କେଟରେ ବଡ଼ ଧରଣର ଅଘଟଣ ଘଟିଛି। ଖ୍ରୀଷ୍ଟମାସ କିଣାବିକା ପାଇଁ ଶୁକ୍ରବାର ରାତିରେ ମାର୍କେଟରେ ଲୋକଙ୍କ ଭିଡ଼ ଜମିଥିବାବେଳେ ସେମାନଙ୍କ ଉପରେ ଜଣେ ବ୍ୟକ୍ତି ଏକ ଦ୍ରୁତଗାମୀ କାର୍ ଚଢ଼ାଇ ଦେଇଥିଲେ। ଏଥିରେ ୨ ଜଣଙ୍କର ଘଟଣା ସ୍ଥଳରେ ମୃତ୍ୟୁ ଘଟିଥିବାବେଳେ ୬୮ ଜଣ ଆହତ ହୋଇଛନ୍ତି। ଏହି ଘଟଣା ଆତଙ୍କବାଦୀ ଲିଙ୍କ ଥାଇପାରେ ବୋଲି ଚର୍ଚ୍ଚା ହେଉଛି।

ଦୁର୍ଘଟଣା ଘଟାଇଥିବା କାର୍ ଡ୍ରାଇଭର ଜଣଙ୍କୁ ପୋଲିସ୍ ଗିରଫ କରିଛି। ତାଙ୍କ ନାଁ ତାଲେବ ଅବଦୁଲ ଜୱାଦ ବୋଲି ପୋଲିସ୍ ସ୍ପଷ୍ଟ କରିଛି। ସେ ସାଉଦୀ ଆରବର ନାଗରିକ ହୋଇଥିବାବେଳେ ଜର୍ମାନୀରେ ଡାକ୍ତର ଭାବେ କାର୍ଯ୍ୟ କରନ୍ତି।

ଦୁର୍ଘଟଣା ଘଟିବା ପରେ ସ୍ଥାନୀୟ ଏମରଜେନ୍ସି ସର୍ଭିସ ପକ୍ଷରୁ ଲୋକଙ୍କୁ ଉଦ୍ଧାର କରାଯାଇଥିଲା। ଆହତମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବାବେଳେ ସେମାନଙ୍କ ମଧ୍ୟରୁ ୧୫ ଜଣଙ୍କ ଅବସ୍ଥା ସଂକଟାପନ୍ନ ରହିଛି।

ଜର୍ମାନ ପୋଲିସ ଉକ୍ତ କାରଟିକୁ ଜବତ କରି ଯାଞ୍ଚ କରୁଛି। କାରରେ ବିସ୍ଫୋଟକ ଥିବା ପୋଲିସ ସନ୍ଦେହ କରାଯାଉଥିଲେ ମଧ୍ୟ ସେମିତି କିଛି ମିଳି ନଥିଲା।

ଅଭିଯୁକ୍ତ ଡାକ୍ତରଜଣକ ପ୍ରାୟ ୨୦ ବର୍ଷ ଧରି ଜର୍ମାନୀରେ ରହି ଆସୁଛନ୍ତି। ସେ ଜର୍ମାନୀର ସ୍ଥାୟୀ ବାସିନ୍ଦା। ତେବେ ସେ କାହିଁକି ଏମିତି କଲେ ଏବଂ ଏହା ପଛରେ ତାଙ୍କର ଉଦ୍ଦେଶ୍ୟ କଣ ଥିଲା ତାହା ସ୍ପଷ୍ଟ ହୋଇନାହିଁ।

Tags: #CarAttack #ChristmasMarket #Magdeburg #Germany

LEAVE A REPLY

Please enter your comment!
Please enter your name here