ଓଡ଼ିଶାଲାଇଭ୍ ବ୍ୟୁରୋ

ନୂଆଦିଲ୍ଲୀର ରୋହିଣୀସ୍ଥିତ ଶ୍ରୀଜଗନ୍ନାଥ ମନ୍ଦିରରେ ପୂଜକ ଓ ପାଚକଙ୍କ (ରୋଷେୟା) ଆବଶ୍ୟକତା ରହିଛି। ଏନେଇ ମନ୍ଦିର କମିଟି ପକ୍ଷରୁ ଉପଯୁକ୍ତ ବ୍ୟକ୍ତିଙ୍କୁ ନିଯୁକ୍ତି ଦିଆଯିବ। ଏହାସହ ମନ୍ଦିର ପରିଚାଳନା ପାଇଁ ମଧ୍ୟ ଜଣେ ବ୍ୟକ୍ତିଙ୍କୁ ନିଯୁକ୍ତ କରାଯିବ।

ରୋହିଣୀର ଶ୍ରୀଜଗନ୍ନାଥ ମନ୍ଦିରରେ ମୋଟ ୨ ଜଣ ପୂଜକ ଓ ୨ ଜଣ ପାଚକ ନିଯୁକ୍ତି ପାଇବେ। ସେମାନଙ୍କ ରହିବା ଓ ଖାଇବା ବ୍ୟବସ୍ଥା ମନ୍ଦିର କମିଟି ପକ୍ଷରୁ କରାଯିବ। ଏହାସହ ସେମାନଙ୍କୁ ଦରମା ବାଦ୍ ବର୍ଷକୁ ଥରେ ବୋନସ ମଧ୍ୟ ମିଳିବ।

ଏଠାରେ କାର୍ଯ୍ୟ କରିବା ପାଇଁ ଇଚ୍ଛୁକ ବ୍ୟକ୍ତିମାନେ ରୋହିଣୀ ଶ୍ରୀଜଗନ୍ନାଥ ମନ୍ଦିର କମିଟି ସହ ଯୋଗାଯୋଗ କରିପାରିବେ। ମନ୍ଦିରର ମେଲ୍ ଆଇଡି – info@shrijagannathrohini.com , ମୋବାଇଲ ନମ୍ବର – ୯୨୧୨୦୦୬୦୮୪      

Tags: #SriJagannathTemple #Pujari #Cook #Employment #NewDelhi

Comment