ଓଡ଼ିଶାଲାଇଭ୍ ବ୍ୟୁରୋ
ନୂଆବର୍ଷରୁ ପୁରୀ ଶ୍ରୀମନ୍ଦିରରେ ହେବ ନୂଆ ବ୍ୟବସ୍ଥା। ଧାଡ଼ିରେ ଯାଇ ବଡ଼ଠାକୁରଙ୍କୁ ଦର୍ଶନ କରିବେ ଭକ୍ତ। ଏହା ପୂର୍ବରୁ ଡିସେମ୍ବର ମାସ ଶେଷ ସୁଦ୍ଧା ପରୀକ୍ଷାମୂଳକ ବ୍ୟବସ୍ଥା କରାଯିବ। ଏ ନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି।
ଭକ୍ତମାନଙ୍କ ପାଇଁ ନାଟ ମଣ୍ଡପ ଭିତରେ ସୁରକ୍ଷିତ ପ୍ରବେଶ ଓ ଶୃଙ୍ଖଳିତ ଦର୍ଶନ ଲାଗି ବାରିକେଡ ବ୍ୟବସ୍ଥା କରାଯିବ। ନୂଆ ବ୍ୟବସ୍ଥା ଯୋଗୁଁ ଭକ୍ତମାନେ ଭଲରେ ଭଲରେ ଯାଇ ତିନିଠାକୁରଙ୍କ ଦର୍ଶନ କରିପାରିବେ ବୋଲି ଆଶା ରଖିଛନି ଶ୍ରୀମନ୍ଦିର ପ୍ରଶାସନ।
ନୂଆ ବ୍ୟବସ୍ଥା ଲାଗୁ କରିବାକୁ ହେଲେ ଶ୍ରୀମନ୍ଦିର ମଧ୍ୟରେ ରହିଥିବା ହୁଣ୍ଡିକୁ ସ୍ଥାନାନ୍ତର କରିବାର ଆବଶ୍ୟକତା ରହିଛି। ଏଥିପାଇଁ ରାଜ୍ୟ ସରକାରଙ୍କ ଅନୁମୋଦନ ଜାରୁରୀ। ଖୁବଶୀଘ୍ର ଧାଡ଼ି ଦର୍ଶନ ବ୍ୟବସ୍ଥା ଲାଗି ଏସଓଜି ଜାରି କରାଯିବ ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ କୁହାଯାଇଛି।
ଧାଡ଼ି ଦର୍ଶନ ବ୍ୟବସ୍ଥା ନିମନ୍ତେ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଏକ କମିଟି ଗଠନ କରାଯାଇଛି। ଏହି କମିଟରେ ପୁରୀ ଏସପି, ଶ୍ରୀମନ୍ଦିର କମାଣ୍ଡର ଓ ନୀତି ପ୍ରଶାସନକ ସଦସ୍ୟ ଅଛନ୍ତି।
Tags: #ShreeMandir #Puri #ShreeJagannath #DarshanSystem #NewYear #Odisha