ଓଡ଼ିଶାଲାଇଭ୍ ସ୍ଵାସ୍ଥ୍ୟ ବ୍ୟୁରୋ

ଜୀବନଶୈଳୀରେ ପରିବର୍ତ୍ତନ ଏବଂ ଖାଦ୍ୟପେୟରେ ଅନିୟମିତତା ଯୋଗୁଁ ଏବେ ବିଭିନ୍ନ ଶାରୀରିକ ସମସ୍ୟା ଦେଖାଦେଉଛି। ଏଥିମଧ୍ୟରୁ ସବୁଠାରୁ ବଡ଼ ସମସ୍ୟା ପାଲଟିଛି ଡାଏବେଟିସ୍। ଏବେ ଘରେ ଘରେ କାହାକୁ ନା କାହାକୁ ଡାଏବେଟିସ୍ ବା ମଧୁମେହ ହେଉଥିବା ଦେଖୁବାକୁ ମିଳୁଛି।

ଡାଏବେଟିସ୍‌ ଏବେ ବିଭିନ୍ନ ଦୁରାରୋଗ୍ୟର କାରଣ ପାଲଟୁଛି। ଏହାକୁ ନିୟନ୍ତ୍ରଣ କରିବା ପାଇଁ ଜୀବନଶୈଳୀରେ ପରିବର୍ତ୍ତନର ଆବଶ୍ୟକତା ରହିଛି। ଏହା ପୂର୍ବରୁ ଡାଏବେଟିସ୍‌କୁ ଚିହ୍ନିବା ଜରୁରୀ।

ତେବେ ଡାଏବେଟିସ୍‌କୁ ଚିହ୍ନିବେ କିପରି, କେଉଁ ସବୁ ଲକ୍ଷଣ ଦେଖାଦେଲେ ଡାକ୍ତରଙ୍କ ପରାମର୍ଶ ନେବେ, କେମିତି ଡାଏବେଟିସ୍‌ ପରୀକ୍ଷା କରାଯାଏ, ଡାଏବେଟିସକୁ ନେଇ କ’ଣ ସବୁ ଭୁଲଧାରଣା ରହିଛି ଏବଂ କିପରି ଏହାକୁ ନିୟନ୍ତ୍ରଣ କରିବେ, ସେ ବିଷୟରେ ବିଶିଷ୍ଟ ମଧୁମେହ ରୋଗ ବିଶେଷଜ୍ଞ ଡାକ୍ତର ଧୀରଜ କୁମାର ପଣ୍ଡାଙ୍କଠାରୁ ଅଧିକ ଜାଣିବା ପାଇଁ ସ୍ଵାସ୍ଥ୍ୟପ୍ଲସ ଓଡ଼ିଆର ଏହି ଭିଡିଓ ଦେଖନ୍ତୁ।

Tags: #Diabetes #DietManagement #Healthcare #OdiaHealthTips #DoctorAdvice

Comment