ଓଡ଼ିଶାଲାଇଭ୍ ବ୍ୟୁରୋ

ଓଡ଼ିଶାର ୮ ଜଣ ଆଇପିଏସ୍ ଅଧିକାରୀଙ୍କୁ ମିଳିଛି ପଦୋନ୍ନତି। ଦୁଇଜଣ ବରିଷ୍ଠ ଆଇପିଏସ ଅଧିକାରୀ ଯତୀନ୍ଦ୍ର କୋୟଲ ଏବଂ ପ୍ରତୀକ ମହାନ୍ତିଙ୍କୁ ଏଡିଜି ପାହ୍ୟାକୁ ପଦୋନ୍ନତି ମିଳିଛି। ଏ ନେଇ ସାଧାରଣ ପ୍ରଶାସନ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ କରାଯାଇଛି।

୨୦୦୦ ବ୍ୟାଚର ଆଇପିଏସ ଅଧିକାରୀ ହେଉଛନ୍ତି ଉଭୟ ଯତୀନ୍ଦ୍ର କୋୟଲ ଏବଂ ପ୍ରତୀକ ମହାନ୍ତି। କେନ୍ଦ୍ରୀୟ ଡେପୁଟେସନରେ ଥିବା ପ୍ରତୀକ ମହାନ୍ତି ସିଆଇଏସଏଫ ମୁଖ୍ୟାଳୟରେ ଆଇଜି ପାହ୍ୟାରେ କାର୍ଯ୍ୟ କରୁଛନ୍ତି।

ସେହିପରି ୨୦୦୭ ବ୍ୟାଚର ଆଇପିଏସି ଅଧିକାରୀ ଅବିନାଶ କୁମାର, ସାର୍ଥକ ଷଡ଼ଙ୍ଗୀ ଏବଂ ନିତି ଶେଖରଙ୍କୁ ଆଇଜି ପାହ୍ୟାକୁ ପଦୋନ୍ନତି ମିଳିଛି। ଅବିନାଶ କୁମାର ବର୍ତ୍ତମାନ ସ୍ପେସାଲ ଆର୍ମଡ ପୋଲିସର ଡିଆଇଜି ଭାବେ କାର୍ଯ୍ୟରତ ଥିବାବେଳେ ସାର୍ଥକ ଷଡ଼ଙ୍ଗୀ ଦକ୍ଷିଣାଞ୍ଚଳ ଡିଆଇଜି ଭାବେ ବ୍ରହ୍ମପୁରରେ କାର୍ଯ୍ୟ କରୁଛନ୍ତି। ନୀତି ଶେଖର ଦକ୍ଷିଣ ପଶ୍ଚିମାଞ୍ଚଳ ଡିଆଇଜି ଭାବେ କୋରାପୁଟରେ କାର୍ଯ୍ୟ କରୁଛନ୍ତି।

ବର୍ତ୍ତମାନ ଭୁବନେଶ୍ଵରର ଡିସିପି ଭାବେ ଦାୟିତ୍ଵରେ ଥିବା ୨୦୧୧ ବ୍ୟାଚର ଆଇପିଏସ ଅଧିକାରୀ ପିନାକ ମିଶ୍ରଙ୍କୁ ଡିଆଇଜି ପାହ୍ୟାକୁ ପଦୋନ୍ନତି ମିଳିଛି। ଏହା ସହ ଆଇପିଏସ ବି ଯୁଗୋଳ କିଶୋର କୁମାର ଏବଂ ବି ଗଙ୍ଗାଧରଙ୍କୁ ମଧ୍ୟ ଡିଆଇଜି ପାହ୍ୟାକୁ ପଦୋନ୍ନତି ମିଳିଛି। ଉଭୟ ଏବେ କଟକ ପୋଲିସ ମୁଖ୍ୟାଳୟରେ କାର୍ଯ୍ୟ କରୁଛନ୍ତି।

Tags: #IPSOfficers #Promotion #OdishaGovt #OdishaPolice

LEAVE A REPLY

Please enter your comment!
Please enter your name here