ଓଡ଼ିଶାଲାଇଭ୍ ବ୍ୟୁରୋ

Lokaseva Bhawan

ସାମ୍ବାଦିକମାନଙ୍କ ପାଇଁ ଲୋକସେବା ଭବନ ପ୍ରବେଶ ଉପରେ ଲାଗିଥିବା କଟଣାକୁ ହଟାଇଛନ୍ତି ରାଜ୍ୟ ସରକାର। ଏଣିକି ଲୋକସେବା ଭବନ ମଧ୍ୟକୁ ପ୍ରବେଶ କରି ଖବର ସଂଗ୍ରହ କରିପାରିବେ ସାମ୍ବାଦିକ।

ଖବରକାଗଜ ଏବଂ ଟେଲେଭିଜନର ଜଣେ ଲେଖାଏଁ ସମ୍ବାଦିକଙ୍କୁ ଲୋକସେବା ଭବନ ଭିତରକୁ ଯାଇପାରିବେ। ଉଭୟ ସ୍ଵୀକୃତିପ୍ରାପ୍ତ ଓ ଅଣସ୍ଵରକୃତିପ୍ରାପ୍ତ ସାମ୍ବାଦିକମାନଙ୍କୁ ପ୍ରବେଶ ପାଇଁ ଅନୁମତି ମିଳିଛି। ଏ ନେଇ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ଖୁବଶୀଘ୍ର ଏହା କାର୍ଯ୍ୟକାରୀ ହେବ।

କୋଭିଡ ମହାମାରୀ ସମୟରେ ଲୋକସେବା ଭବନ ଭିତରକୁ ପ୍ରବେଶ କରିବାକୁ ସାମ୍ବାଦିକମାନଙ୍କୁ ବାରଣ କରାଯାଇଥିଲା। କୋଭିଡ କଟକଣା ଉଠିବା ପରେ ମଧ୍ୟ ସାମ୍ବାଦିକମାନଙ୍କୁ ଲୋକସେବା ଭବନ ଭିତରକୁ ଯାଇ ଖବର ସଂଗ୍ରହ ପାଇଁ ଅନୁମତି ମିଳୁନଥିଲା। ସାମ୍ବାଦିକମାନଙ୍କ ପ୍ରବେଶ ଉପରେ ଲାଗିଥିବା କଟକଣାକୁ ହଟାଇଛନ୍ତି ରାଜ୍ୟ ସରକାର।

Tags: #LokasevaBhawanEntry #Journalist #OdishaGovt #Reporting

LEAVE A REPLY

Please enter your comment!
Please enter your name here