ଓଡ଼ିଶାଲାଇଭ୍ ବ୍ୟୁରୋ

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ବ୍ୟକ୍ତିଗତ ସଚିବ ଭାବେ ନିଯୁକ୍ତ ହେଲେ ୨୦୦୬ ବ୍ୟାଚର ଆଇଏଏସ୍ ଅଧିକାରୀ ମନୋଜ କୁମାର ସାହୁ। ଏ ନେଇ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି।

ମନୋଜ କୁମାର ସାହୁ ହେଉଛନ୍ତି ଅରୁଣାଚଳ ପ୍ରଦେଶ, ଗୋଆ, ମିଜୋରାମ ଏବଂ କେନ୍ଦ୍ରଶାସିତ ଅଞ୍ଚଳ (ଏଜିଏମୟୁଟି) କ୍ୟାଡରର ଆଇଏଏସ ଅଧିକାରୀ। ସେ ଇଣ୍ଟର କ୍ୟାଡର ଡେପୁଟେସନରେ ଓଡ଼ିଶା ଆସିଛନ୍ତି।

ଆଇଏଏସ ମନୋଜ କୁମାର ସାହୁ ବର୍ତ୍ତମାନ ଉପନିର୍ବାଚନ କମିଶନର ଭାବେ ନୂଆଦିଲ୍ଲୀରେ କାର୍ଯ୍ୟ କରୁଛନ୍ତି। ମନୋଜ କୁମାର ସାହୁଙ୍କ ଘର ଜଗତସିଂହପୁର ଜିଲ୍ଲା ବାଲିକୁଦା ବ୍ଲକରେ। ସେ ପୂର୍ବରୁ କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମଙ୍କ ବ୍ୟକ୍ତିଗତ ସଚିବ ଭାବେ ଦାୟିତ୍ଵ ତୁଲାଇ ସାରିଛନ୍ତି।

ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଥିବା ଆଇଏଏସ ଅରିନ୍ଦମ ଡାକୁଆଙ୍କୁ ପୌର ପ୍ରଶାସନ ନିର୍ଦ୍ଦେଶକ ଭାବେ ନୂଆ ନିଯୁକ୍ତି ମିଳିବା ପରେ କିଏ ତାଙ୍କ ସ୍ଥାନରେ ଅବସ୍ଥାପିତ ହେବେ ତାକୁ ନେଇ କଳ୍ପନା ଜଳ୍ପନା ଲାଗି ରହିଥିଲା। ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଭାବେ ଆଇଏଏସ ସୁଧାଂଶୁ ମୋହନ ସାମିଲ ଏବଂ ଅନୁପମ ଶାହଙ୍କୁ ନିଯୁକ୍ତି ମିଳିପାରେ ବୋଲି ମଧ୍ୟ ଚର୍ଚ୍ଚା ହେଉଥିଲା।

Tags: #IASSunilKumarSahu #CMOdisha #MohanCharanMajhi #OdishaGovt #IASOfficer

Comment