ଓଡ଼ିଶାଲାଇଭ୍ ସ୍ଵାସ୍ଥ୍ୟ ବ୍ୟୁରୋ

ଜରାୟୁ କର୍କଟକୁ ନେଇ ସଚେତନତା ସୃଷ୍ଟି କରିବା ଉଦ୍ଦେଶ୍ୟରେ ପ୍ରତିବର୍ଷ ଜାନୁଆରି ମାସକୁ ସର୍ଭାଇକାଲ କ୍ୟାନ୍ସର ସଚେତନତା ମାସ ଭାବେ ପାଳନ କରାଯାଏ।

ସର୍ଭାଇକାଲ କ୍ୟାନ୍ସର ବା ଜରାୟୁ କର୍କଟ ରୋଗ ମହିଳାମାନଙ୍କୁ ହୋଇଥାଏ। ଓଡ଼ିଶାରେ ମହିଳାମାନଙ୍କଠାରେ ଦେଖାଦେଉଥିବା ଦ୍ୱିତୀୟ ସର୍ବାଧିକ କର୍କଟ ରୋଗ ହେଉଛି ସର୍ଭାଇକାଲ କ୍ୟାନ୍ସର। ପ୍ରାଥମିକ ଅବସ୍ଥାରୁ ଏହାକୁ ଚିହ୍ନିପାରିଲେ ରୋଗରୁ ସମ୍ପୂର୍ଣ୍ଣ ଭାବେ ସୁସ୍ଥ ହେବାର ସମ୍ଭାବନା ରହିଛି।

ଗର୍ଭାଶୟର ତଳ ପାଖରେ ଥିବା ସର୍ଭିକ୍ସରେ ହେଉଥିବା କର୍କଟ ରୋଗକୁ ସର୍ଭାଇକାଲ କ୍ୟାନ୍‌ସର ବା ଜରାୟୁ କର୍କଟ ରୋଗ କୁହାଯାଏ। ସାଧାରଣତଃ ହ୍ୟୁମାନ ପାପିଲୋମା ଭୂତାଣୁ ସଂକ୍ରମଣ ଯୋଗୁଁ ମହିଳାଙ୍କଠାରେ ଏହି କର୍କଟ ରୋଗ ଦେଖାଦେଇଥାଏ। ଠିକ୍ ସମୟରେ ସର୍ଭାଇକାଲ କ୍ୟାନ୍ସରକୁ ଚିହ୍ନି ଏହାର ଚିକିତ୍ସା କରାଇଲେ ଉପସମ ମିଳିପାରିବ ବୋଲି ଡାକ୍ତର କୁହନ୍ତି।

ତେବେ ମହିଳାଙ୍କୁ କାହିଁକି ହୁଏ ସର୍ଭାଇକାଲ କ୍ୟାନ୍ସର, ସର୍ଭାଇକାଲ କ୍ୟାନ୍ସର କାହିଁକି ହୁଏ, ସର୍ଭାଇକାଲ କ୍ୟାନ୍ସରକୁ ପ୍ରାଥମିକ ଅବସ୍ଥାରୁ କେମିତି ଚିହ୍ନିବେ ଓ ଏହାର ଚିକିତ୍ସା କିପରି କରାଯାଏ, ସେ ବିଷୟରେ  ବିଶିଷ୍ଟ କ୍ୟାନ୍ସର ସର୍ଜନ ଅମିତାଭ ଜେନାଙ୍କଠାରୁ ଅଧିକ ଜାଣିବା ପାଇଁ ସ୍ଵାସ୍ଥ୍ୟପ୍ଲସ ଓଡ଼ିଆର ଏହି ଭିଡିଓ ଦେଖନ୍ତୁ।

Tags: #CervicalCancer #Causes #Treatment #OdiaHealthTips #DoctorAdvice

LEAVE A REPLY

Please enter your comment!
Please enter your name here