ଓଡ଼ିଶାଲାଇଭ୍ ବ୍ୟୁରୋ

ଓଡ଼ିଆ ସିନେମା ଜଗତର ଜଣେ ପରିଚିତ ନାଁ ଶ୍ରୀଧର ମାର୍ଥା। ପ୍ରଯୋଜନା ପାଇଁ ଓଡ଼ିଆ ସିନେ ଜଗତରେ ନିଜର ଏକ ସ୍ଵତନ୍ତ୍ର ପରିଚୟ ସେ ହାସଲ କରିଛନ୍ତି।

ସିନେମା ନିର୍ମାଣ ପାଇଁ ସେ ଯେତିକି ଚର୍ଚ୍ଚାରେ ରୁହନ୍ତି, ତା’ଠାରୁ ଅଧିକ ବିବାଦୀୟ ବି ରହିଥାଆନ୍ତି। ଅଭିନେତା ହେବାର ଲକ୍ଷ୍ୟ ନେଇ ଇଣ୍ଡଷ୍ଟ୍ରିକୁ ଆସିଥିବା ଶ୍ରୀଧର କ୍ରମେ ପ୍ରଯୋଜନା କ୍ଷେତ୍ରକୁ ଚାଲିଆସିଲେ।

“ଜୀବନରେ ପ୍ରଥମଥର ସିନେମାରେ ଅଭିନୟ କରିବାକୁ ସୁଯୋଗ ପାଇଥିଲି, ତାହା ବି ହାତରୁ ଟଙ୍କା ଖର୍ଚ୍ଚ କରି। ତିନିଦିନ ସୁଟିଂ ସେଟରେ ସୈନିକ କଷ୍ଟ୍ୟୁମ ପିନ୍ଧି ଅପେକ୍ଷା କରିବା ପରେ କ୍ୟାମେରା ଆଗକୁ ଆସିଲି। ହେଲେ ସିନେମା ରିଲିଜ୍ ବେଳକୁ ମୋ ସିନ୍ ନାହିଁ। ସେ ଦିନର ଏ କଥା ମତେ ବହୁତ ଦୁଃଖ ଦେଇଥିଲା। ଅଭିନୟରୁ ଧୋକା ପାଇ ମୁଁ ପ୍ରଯୋଜକ ହେଇଗଲି”, ପ୍ରଯୋଜକ ହେବା ପଛର ଏମିତି ଅନୁଭୂତି କହିଛନ୍ତି ଶ୍ରୀଧର ମାର୍ଥା।

ଓଲିଉଡ ସିନେ ଇଣ୍ଡଷ୍ଟ୍ରିଜକୁ ଅନେକ ଫିଲ୍ମ ଭେଟି ଦେଇଛନ୍ତି ଶ୍ରୀଧର। ‘କଥାଦେଲି ମଥା ଛୁଇଁ’, ‘ଦିଲ୍ ମୋର ମାନେନା’, ‘ମାୟାବିନୀ’ ଆଦି ଶ୍ରୀଧରଙ୍କ ପ୍ରଯୋଜିତ ଓଡ଼ିଆ ସିନେମା। ‘ମାଇଣ୍ଡଗେମ୍’ ଚଳଚ୍ଚିତ୍ର ନିର୍ମାଣ କରି ଚର୍ଚ୍ଚାକୁ ଆସିଥିଲେ ପ୍ରଯୋଜକ ଶ୍ରୀଧର ମାର୍ଥା।

ଓଡ଼ିଶାଲାଇଭ୍ ସହ ସାକ୍ଷାତକାର ବେଳେ ଶ୍ରୀଧର ମାର୍ଥା ତାଙ୍କ ପ୍ରଯୋଜନା ଜୀବନର ଅନେକ ଖଟା-ମିଠା ଅନୁଭୂତି ଏବଂ ବ୍ୟକ୍ତିଗତ ଜୀବନର କିଛି ଘଟଣା-ଦୁର୍ଘଟଣା ବିଷୟରେ ଆଲୋଚନା କରିଛନ୍ତି। ଦେଖନ୍ତୁ ଭିଡିଓ।

Tags: #OdiaCinema #SridharMartha #OllywoodCineIndustry #Producer #Odisha

LEAVE A REPLY

Please enter your comment!
Please enter your name here