ଓଡ଼ିଶାଲାଇଭ୍ ବ୍ୟୁରୋ

ନୃତ୍ୟ ମାଧ୍ୟମରେ ନିଜ ଆଇ ମା’ ମନୋରମା ପାଣିଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଲେ ସଂଗୀତା ଦାଶ।

ଭୁବନେଶ୍ୱରରେ ଅନୁଷ୍ଠିତ ହୋଇଛି ଏକ ସ୍ଵତନ୍ତ୍ର ଓଡ଼ିଶୀ ନୃତ୍ୟ କାର୍ଯ୍ୟକ୍ରମ। ବିଶିଷ୍ଟ ଅଭିନେତ୍ରୀ ତଥା ଓଡ଼ିଶୀ ନୃତ୍ୟ ଗୁରୁ ସଂଗୀତା ଦାଶଙ୍କ ପକ୍ଷରୁ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଏଠାରେ ସେ ନିଜ ଛାତ୍ରଛାତ୍ରୀଙ୍କ ସହ ଓଡ଼ିଶୀ ନୃତ୍ୟ ପରିବେଷଣ କରିଥିଲେ। ଭୁବନେଶ୍ୱର ବୁଦ୍ଧ ମନ୍ଦିର ପରିସରରେ ଆୟୋଜିତ ଏହି କାର୍ଯ୍ୟକ୍ରମ ଦର୍ଶକଙ୍କ ମନ ମୋହିଥିଲା।

ସଂଗୀତା ଦାଶ ନିଜ ନୃତ୍ୟ ଜୀବନର ୫୦ ବର୍ଷ ପୂର୍ତ୍ତି ଅବସରରେ ଏହି କାର୍ଯ୍ୟକ୍ରମ ଆୟୋଜନ କରିଥିଲେ। ଏଠାରେ ସେ ନିଜ ଆଇ ମା’ ମନୋରମା ପାଣିଙ୍କୁ ନୃତ୍ୟ ମାଧ୍ୟମରେ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ।

“୧୯୭୫ ମସିହାରେ ମତେ ଯେତେବେଳେ ୮ ବର୍ଷ ହୋଇଥିଲା ମୁଁ ସତେବେଳୁ ଓଡ଼ିଶୀ ନୃତ୍ୟ କରିଆସୁଛି। ଏବେ ମୋ ନୃତ୍ୟ ଜୀବନକୁ ୫୦ ବର୍ଷ ପୂରିଛି। ମୁଁ ଯେଉଁ ସମ୍ମାନ ଓ ଉପଲବ୍ଧି ହାସଲ କରିଛି ତାହା ପଛରେ ମୋ ଆଇ ମନୋରମା ପାଣିଙ୍କ ବଡ଼ ଅବଦାନ ରହିଛି। ସେ ହି ମତେ ପିଲାଦିନେ ଓଡ଼ିଶୀ ନୃତ୍ୟରେ ଭଲ କରିବା ପାଇଁ ପ୍ରେରଣା ଦେଇଥିଲେ। ପରେ ମୁଁ ଗୁରୁ ଦେବପ୍ରସାଦ ଦାସଙ୍କ ଠାରୁ ଓଡ଼ିଶୀ ଶିଖିବା ଆରମ୍ଭ କରିଥିଲି”, କହିଛନ୍ତି ସଂଗୀତା ଦାଶ।

ଏହି କାର୍ଯ୍ୟକ୍ରମରେ ସଂଗୀତା ଦାଶ ନିଜ ଛାତ୍ରଛାତ୍ରୀଙ୍କ ସହ ଏକାଧିକ ଓଡ଼ିଶୀ ନୃତ୍ୟ ପରିବେଷଣ କରିଥିଲେ। ତାଙ୍କ ପରିବେଷିତ ‘ପରିକ୍ଷିତ ରାଗ’ ଦର୍ଶକଙ୍କୁ ମନ୍ତ୍ର ମୁଗ୍ଧ କରିଥିଲା।

ଏହି କାର୍ଯ୍ୟକ୍ରମରେ ବିଶିଷ୍ଟ ଓଡ଼ିଶୀ ନୃତ୍ୟ ଗୁରୁ ଧନେଶ୍ଵର ସ୍ଵାଇଁ, ଗୁରୁ ଦୁର୍ଗାଚରଣ ରଣବୀର, ଗୁରୁ ନିରଞ୍ଜନ ପାତ୍ର, ଗୁରୁ ଦେବପ୍ରସାଦ ଦାସ ଫାଉଣ୍ଡେସନର ଅଧ୍ୟକ୍ଷ ଗୋପାଳ କୃଷ୍ଣ ମହାପାତ୍ର ଓ ବିଶିଷ୍ଟ ଓଡ଼ିଶୀ ନୃତ୍ୟଶିଳ୍ପୀ ଡକ୍ଟର ଗୀତା ବହିଦାର ପ୍ରମୁଖ ଯୋଗ ଦେଇଥିଲେ।   

Tags: #SangeetaDash #OdissiDance #SpecialProgram #Bhubaneswar

LEAVE A REPLY

Please enter your comment!
Please enter your name here