ଓଡ଼ିଶାଲାଇଭ୍ ସ୍ଵାସ୍ଥ୍ୟ ବ୍ୟୁରୋ
ଜରାୟୁ କର୍କଟ ବା ସର୍ଭାଇକାଲ କ୍ୟାନ୍ସରକୁ ନେଇ ସଚେତନତା ସୃଷ୍ଟି କରିବା ଉଦ୍ଦେଶ୍ୟରେ ପ୍ରତିବର୍ଷ ଜାନୁଆରି ମାସକୁ ସର୍ଭାଇକାଲ କ୍ୟାନ୍ସର ସଚେତନତା ମାସ ଭାବେ ପାଳନ କରାଯାଏ।
ମହିଳାମାନଙ୍କଠାରେ ଦେଖାଦେଉଥିବା ଦ୍ୱିତୀୟ ସର୍ବାଧିକ କ୍ୟାନ୍ସର ରୋଗ ହେଉଛି ସର୍ଭାଇକାଲ କ୍ୟାନ୍ସର। ଏହାର ପ୍ରମୁଖ କାରଣ ହେଉଛି ଏଚ୍ପିଭି ସଂକ୍ରମଣ। ଖୁସିର କଥା ହେଉଛି ଯେ, ୯୦ ଭାଗ କ୍ଷେତ୍ରରେ ଆମେ ଏହାକୁ ରୋକିପାରିବା, ଯେମିତିକି ଟିକାକରଣ, ସୁରକ୍ଷିତ ଯୌନ ସମ୍ପର୍କ ସ୍ଥାପନ, ବ୍ୟବଧାନରେ ପାପ୍ ସ୍ମିୟର ତଥା ଏଚ୍ପିଭି ପରୀକ୍ଷା କରାଇବା।
ତେବେ ସର୍ଭାଇକାଲ କ୍ୟାନ୍ସର କାହିଁକି ହୁଏ, ସର୍ଭାଇକାଲ କ୍ୟାନ୍ସରର ଲକ୍ଷଣ କ’ଣ, ସର୍ଭାଇକାଲ କ୍ୟାନ୍ସରର ସ୍କ୍ରିନିଂ କେମିତି ହୁଏ ଓ ଏହାର ଚିକିତ୍ସା କେମିତି କରାଯାଏ, ସେ ବିଷୟରେ ବିଶିଷ୍ଟ ପ୍ରସୂତି ଓ ସ୍ତ୍ରୀ ରୋଗ ବିଶେଷଜ୍ଞ ଡାକ୍ତର ହରପ୍ରିତ୍ କୌରଙ୍କଠାରୁ ଅଧିକ ଜାଣିବା ପାଇଁ ସ୍ଵାସ୍ଥ୍ୟପ୍ଲସ ଓଡ଼ିଆର ଏହି ଭିଡିଓ ଦେଖନ୍ତୁ।
Tags: #CervicalCancer #Causes #Treatment #OdiaHealthTips #DoctorAdvice