ଓଡ଼ିଶାଲାଇଭ୍ ବ୍ୟୁରୋ

ଆଜି ୭୭ତମ ଭାରତୀୟ ସ୍ଥଳସେନା ଦିବସ। ୧୯୪୯ ମସିହା ଆଜିର ଦିନରେ ସ୍ଥଳସେନା ପ୍ରଥମ ଭାରତୀୟ କମାଣ୍ଡର ଇନ ଚିଫ୍ ଭାବେ ଜେନେରାଲ କେ ଏମ୍ କରିଆପ୍ପା ବିଧିବଦ୍ଧ ଭାବେ ଦାୟିତ୍ୱ ଗ୍ରହଣ କରିଥିଲେ। ସେବେଠାରୁ ଏହି ଦିନଟିକୁ ଭାରତୀୟ ସ୍ଥଳ ସେନା ଦିବସ ଭାବେ ପାଳନ କରାଯାଉଛି।
ଜେନେରାଲ କେ ଏମ୍ କରିଆପ୍ପା ୧୯୪୭ ମସିହାରେ ପାକିସ୍ତାନ ବିରୁଦ୍ଧରେ ଯୁଦ୍ଧରେ ଅଦମ୍ୟ ସାହସ ଓ ଦମଦାର ନେତୃତ୍ୱର ପରିଚୟ ଦେଇଥିଲେ। ତାଙ୍କ ନେତୃତ୍ୱରେ ଭାରତ ଜୋଜିଲା, ଦ୍ରାସ ଓ କାରଗିଲରେ ପାକିସ୍ତାନୀ ସେନାକୁ ହରାଇଥିଲା।
ପ୍ରତିବର୍ଷ ଭଳି ଆଜି ସେନାର ସହିଦ ଯବାନଙ୍କ ବଳିଦାନକୁ ମନେ ପକାଯିବା ସହିତ ସେମାନଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ସହିଦ ଯବାନଙ୍କୁ ବଳିଦାନକୁ ମନେ ପକାଇ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି।
ଏହି ଅବସରରେ ଦିଲ୍ଲୀର ଯୁଦ୍ଧ ମେମୋରିଆଲରେ ଦେଶର ତିନି ସେନା ପକ୍ଷରୁ ବୀର ଯବାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଛି। ଏହାସହ ନୂଆଦିଲ୍ଲୀର ଆର୍ମି ଗ୍ରାଉଣ୍ଡରେ ସ୍ଥଳ ସେନା ଦିବସ ପରେଡ ଅନୁଷ୍ଠିତ ହୋଇଛି।
Tags: #IndianArmyDay #Soldiers #ArmedForces #India








