ଓଡ଼ିଶାଲାଇଭ୍ ବ୍ୟୁରୋ

ଭାରତୀୟ ଷ୍ଟେଟ ବ୍ୟାଙ୍କରେ (ଏସବିଆଇ) ଅନେକ ବ୍ୟାଙ୍କିଂ ପ୍ରୋବେସନାରି ଅଫିସର (ପିଓ) ପଦବୀ ପାଇଁ ନିଯୁକ୍ତି ସୁଯୋଗ ପ୍ରକାଶ ପାଇଛି। ଭାରତରେ ଥିବା ଏସବିଆଇର ବିଭିନ୍ନ ଶାଖାରେ ୬୦୦ଟି ପିଓ ପଦବୀ ପୂରଣ ହେବ।
ଏହି ପଦବୀଗୁଡ଼ିକ ପାଇଁ ହେବାକୁ ଥିବା ‘ଏସବିଆଇ ପିଓ’ ପରୀକ୍ଷା ପାଇଁ ଏବେ ଅନଲାଇନରେ ଆବେଦନ ଜାରି ରହିଛି। ଜାନୁଆରି ୧୬ ଆବେଦନର ଶେଷ ତାରିଖ।
ଆପଣମାନେ ‘ଏସବିଆଇ’ର ଏହି ପିଓ ପରୀକ୍ଷା ଦେବାକୁ ଚାହୁଁଥିଲେ, ଜାଣନ୍ତୁ କେମିତି କରିବେ ଆବେଦନ।
ପଦବୀ ସଂଖ୍ୟା
- ବ୍ୟାଙ୍କିଂ ପ୍ରୋବେସନାରି ଅଫିସର (ପିଓ) – ୬୦୦ (ମୋଟ ପଦବୀ)
- ଜେନେରାଲ – ୨୪୦
- ଓବିସି – ୧୫୮
- ଅନୁସୂଚିତ ଜାତି – ୮୭
- ଅନୁସୂଚିତ ଜନଜାତି – ୫୭
- ଇଡବ୍ଲ୍ୟୁଏସ – ୫୮
ଯୋଗ୍ୟତା
- ପ୍ରାର୍ଥୀମାନଙ୍କ ବୟସ ୨୧ ବର୍ଷରୁ ୩୦ ବର୍ଷ ମଧ୍ୟରେ ହେବା ଆବଶ୍ୟକ
- ଅତିକମରେ ଯେକୌଣସି ବିଭାଗରେ ଗ୍ରାଜୁଏସନ ପାସ କରିଥିବା ଆବଶ୍ୟକ
- ସେମାନଙ୍କର କମ୍ପ୍ୟୁଟର ଜ୍ଞାନ ଥିବା ଆବଶ୍ୟକ
ଚୟନ ପ୍ରକ୍ରିୟା
- ଏହି ପଦବୀ ପାଇଁ ପ୍ରଥମେ ଆଇବିପିଏସ ପକ୍ଷରୁ ପ୍ରିଲିମିନାରି ପରୀକ୍ଷା କରାଯିବ
- ଏଥିରେ ଚୟନ ହୋଇଥିବା ପ୍ରାର୍ଥୀଙ୍କୁ ନେଇ ମେନ ପରୀକ୍ଷା କରାଯିବ
- ମେନ ପରୀକ୍ଷାରେ ସଫଳ ହୋଇଥିବା ପ୍ରାର୍ଥୀଙ୍କ ଇଣ୍ଟରଭ୍ୟୁ କରାଯିବ
- ଶେଷରେ କୃତକାର୍ଯ୍ୟ ହୋଇଥିବା ପ୍ରାର୍ଥୀଙ୍କୁ ‘ବ୍ୟାଙ୍କିଂ ପିଓ’ ଭାବେ ନିଯୁକ୍ତି ମିଳିବ
କେମିତି କରିବେ ଆବେଦନ
- ଆଇବିପିଏସର ୱେବସାଇଟ sbi.co.inକୁ ଯାଆନ୍ତୁ
- ୱେବସାଇଟ ଭିତରେ କ୍ୟାରିୟର ଅପ୍ସନକୁ ସିଲେକ୍ଟ କରନ୍ତୁ
- ସେଠାରେ ‘ବ୍ୟାଙ୍କିଂ ପିଓ’ ନିଯୁକ୍ତି ଲିଙ୍କକୁ କ୍ଲିକ୍ କରନ୍ତୁ
- ‘ନ୍ୟୁ ୟୁଜର ଆଣ୍ଡ ରେଜିଷ୍ଟର’କୁ କ୍ଲିକ କରନ୍ତୁ
- ସେଠାରେ ନିଜ ନାମ ପଞ୍ଜୀକରଣ କରନ୍ତୁ
- ପଞ୍ଜୀକରଣ ପରେ ‘ଲଗ ଇନ’ କରି ପଦବୀ ପାଇଁ ଫର୍ମ ପୂରଣ କରନ୍ତୁ
- ପରୀକ୍ଷା ପାଇଁ ନିଜ ପାଖ ଅଞ୍ଚଳରେ ଥିବା ସେଣ୍ଟରକୁ ବାଛନ୍ତୁ
- ଶେଷରେ ପୂରଣ କରିଥିବା ଫର୍ମର ଏକ ପ୍ରିଣ୍ଟ ଆଉଟ ରଖନ୍ତୁ
ଏସବିଆଇର ବ୍ୟାଙ୍କିଂ ପିଓ ପରୀକ୍ଷା ପାଇଁ ସାଧରଣ, ଅବିସି ଓ ଇଡବ୍ଲ୍ୟୁଏସ ବର୍ଗର ପ୍ରାର୍ଥୀମାନଙ୍କ ପାଇଁ ୭୫୦ ଟଙ୍କା ଆବେଦନ ଦେୟ ରଖାଯାଇଛି। ଅନ୍ୟପଟେ ଅନୁସୂଚିତ ଜାତି, ଜନଜାତି ବର୍ଗ ଓ ଭିନ୍ନକ୍ଷମ ପ୍ରାର୍ଥୀମାନଙ୍କୁ ଆବେଦନ ପାଇଁ କୌଣସି ଟଙ୍କା ଦେବାକୁ ପଡ଼ିବ ନାହିଁ।
ଏହି ବ୍ୟାଙ୍କିଂ ପିଓ ନିଯୁକ୍ତି ପାଇଁ ପ୍ରିଲିମିନାରି ପରୀକ୍ଷା ୨୦୨୫ ମାର୍ଚ୍ଚ ମାସରେ କରାଯିବ। ଏହାର ତାରିଖ ବାବଦରେ ‘ଏସବିଆଇ’ ପକ୍ଷରୁ ଆଗକୁ ସୂଚନା ଦିଆଯିବ। ଏହି ପରୀକ୍ଷା ଓ ପଦବୀ ବାବଦରେ ଅଧିକ ସୂଚନା ‘ଏସବିଆଇ’ର ୱେବସାଇଟରେ ଉପଲବ୍ଧ।
Tags: #StateBankofIndia #BankPOExam #BankOfficer #Employment #Examination #India