ଓଡ଼ିଶାଲାଇଭ୍ ବ୍ୟୁରୋ

ଓଡ଼ିଶା ହାଇକୋର୍ଟର କାର୍ଯ୍ୟକାରୀ ମୁଖ୍ୟ ବିଚାରପତି ନିଯୁକ୍ତ ହୋଇଛନ୍ତି ଜଷ୍ଟିସ୍ ଅରିନ୍ଦମ ସିହ୍ନା। ସେ ଜାନୁଆରି ୨୦ ତାରିଖରୁ ଦାୟିତ୍ଵ ଗ୍ରହଣ କରିବେ। ଏନେଇ ଶନିବାର କେନ୍ଦ୍ର ଆଇନ ଓ ନ୍ୟାୟ ମନ୍ତ୍ରାଳୟ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି।
ଓଡ଼ିଶା ହାଇକୋର୍ଟର ବର୍ତ୍ତମାନର ମୁଖ୍ୟ ବିଚାରପତି ଜଷ୍ଟିସ୍ ଚକ୍ରଧାରୀ ଶରଣ ସିଂହ ଜାନୁଆରି ୧୯ ତାରିଖରେ ଅବସର ଗ୍ରହଣ କରିବାକୁ ଯାଉଛନ୍ତି। ତାଙ୍କ ସ୍ଥାନରେ ଜଷ୍ଟିସ୍ ଅରିନ୍ଦମ ସିହ୍ନାଙ୍କୁ ହାଇକୋର୍ଟର କାର୍ଯ୍ୟକାରୀ ମୁଖ୍ୟ ବିଚାରପତି ଭାବେ ନିଯୁକ୍ତ କରାଯାଇଛି। ହାଇକୋର୍ଟର ପରବର୍ତ୍ତୀ ମୁଖ୍ୟ ବିଚାରପତି ନିଯୁକ୍ତ ହେବା ପର୍ଯ୍ୟନ୍ତ ସେ ଏହି ଦାୟିତ୍ଵରେ ରହିବେ।
୧୯୯୧ ମସିହାରେ ଜଷ୍ଟିସ୍ ଅରିନ୍ଦମ ସିହ୍ନା ଆଇନଜୀବୀ ଭାବେ କ୍ୟାରିୟର ଆରମ୍ଭ କରିଥିଲେ। ୨୨ ବର୍ଷ ଓକିଲାତି କରିବା ପରେ ୨୦୧୩ ମସିହାରେ ସେ କଲିକତା ହାଇକୋର୍ଟର ବିଚାରପତି ନିଯୁକ୍ତ ମିଳିଥିଲା। ଏହାପରେ ୨୦୨୧ ମସିହାରେ ସେ ଓଡ଼ିଶା ହାଇକୋର୍ଟର ବିଚାରପତି ହୋଇଥିଲେ।
Tags: #JusticeArindamSinha #ActingChiefJustice #OdishaHighCourt #Cuttack
















