ଓଡ଼ିଶାଲାଇଭ୍ ବ୍ୟୁରୋ

ଓଡ଼ିଶା ସିଭିଲ ସର୍ଭିସେସ୍ ପରୀକ୍ଷାରେ ସଫଳତା ପାଇଛନ୍ତି ଭୁବନେଶ୍ଵରର ଅମ୍ରିତ ଆଚାର୍ଯ୍ୟ। ୨୦୨୨ ମସିହା ଓସିଏସ୍ ପରୀକ୍ଷାରେ ୭୧ ନମ୍ବର ରାଙ୍କ୍ ହାସଲ କରିଛନ୍ତି ଅମ୍ରିତ। ପ୍ରଥମ ପ୍ରୟାସରେ ତାଙ୍କୁ ମିଳିଛି ଏହି ସଫଳତା। କୌଣସି କାମରେ ସଫଳ ହେବାକୁ ହେଲେ ହାର୍ଡ ଓ୍ଵାର୍କ ସହ ସ୍ମାର୍ଟ ଓ୍ଵାର୍କ ଜରୁରୀ ବୋଲି ଅମ୍ରିତ କୁହନ୍ତି।

“ତିନି ଘଣ୍ଟା ମଧ୍ୟରେ ସବୁ ପ୍ରଶ୍ନର ଉତ୍ତର ଲେଖିବା ଅଭ୍ୟାସ କରିବାକୁ ହେବ। ଲାଙ୍ଗୁଏଜ ପେପର ପାଇଁ ଭଲରେ ପ୍ରସ୍ତୁତି କରିବାକୁ ହେବ। ଇଣ୍ଟରଭ୍ୟୁ ଆଗରୁ ଆଦୌ ନର୍ଭସ ନହୋଇ ଶାନ୍ତ ରହି ସବୁ ପ୍ରଶ୍ନର ସାମ୍ନା କରିଲେ ପରୀକ୍ଷା ଭଲ ହେବ”, କହିଛନ୍ତି ଅମ୍ରିତ ଆଚାର୍ଯ୍ୟ।

ସିଭିଲ ସର୍ଭିସେସ ପରୀକ୍ଷାର୍ଥୀଙ୍କ ପାଇଁ ଅମ୍ରିତ ଆଚାର୍ଯ୍ୟ କେଉଁ ସବୁ ଟିପ୍ସ ଦେଇଛନ୍ତି ଜାଣିବା ପାଇଁ ଦେଖନ୍ତୁ ଭିଡିଓ।

Tags: #SuccessStory #AmritAcharya #Topper #OAS #OCS #OPSC #OdishaCivilServices

Comment