ଓଡ଼ିଶାଲାଇଭ୍ ବ୍ୟୁରୋ

ଆସନ୍ତା ଫେବ୍ରୁଆରି ୧୩ ତାରିଖରୁ ଆରମ୍ଭ ହେବ ଓଡ଼ିଶା ବିଧାନସଭା ବଜେଟ ଅଧିବେଶନ। ଫେବ୍ରୁଆରି ୧୭ ତାରିଖରେ ରାଜ୍ୟ ବଜେଟ ଉପସ୍ଥାପନ ହେବ।

ଏପ୍ରିଲ ୫ ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ବଜେଟ ଅଧିବେଶନରେ ମୋଟ ୨୮ଟି କାର୍ଯ୍ୟ ଦିବସ ରହିବ।

ଫ୍ରେବୃଆରି ୧୩ରୁ ୨୧ ଯାଏଁ ପ୍ରଥମ ପର୍ଯ୍ୟାୟ ଅଧିବେଶନ ଚାଲିବ। ଏହା ପରେ ମାର୍ଚ୍ଚ ୭ରୁ ଏପ୍ରିଲ ୫ ତାରିଖ ପର୍ଯ୍ୟନ୍ତ ଦ୍ଵିତୀୟ ପର୍ଯ୍ୟାୟ ଅଧିବେଶନ କାର୍ଯ୍ୟ ଚାଲିବ। ତେବେ ଫେବ୍ରୁଆରି ୨୨ରୁ ମାର୍ଚ୍ଚ ୬ ତାରିଖ ପର୍ଯ୍ୟନ୍ତ ଅଧିବେଶନ ବନ୍ଦ ରହିବ।

ଫେବ୍ରୁଆରି ୧୭ ତାରିଖରେ ବସିବାକୁ ଥିବା ରାଜ୍ୟ ବଜେଟ ଉପରେ ରହିଛି ସମସ୍ତଙ୍କ ନଜର। ଏଥର ବଜେଟରେ ସାଧାରଣ ଲୋକଙ୍କ ପାଇଁ କ’ଣ ରହିବ ଖାସ। କେଉଁ ବିଭାଗ ପାଇଁ କେତେ ଅର୍ଥ ବ୍ୟୟ ବରାଦ ହେବ ତାହା ଗୁରୁତ୍ଵପୂର୍ଣ୍ଣ ରହିବ।

Tags: #OdishaAssembly #BudgetSession #OdishaGovt #Politics

Comment