ଓଡ଼ିଶାଲାଇଭ୍ ବ୍ୟୁରୋ

ଓଡ଼ିଶା ସିଭିଲ୍ ସର୍ଭିସ (ଓସିଏସ) ପରୀକ୍ଷାରେ ସଫଳ ହେବା ପାଇଁ କଠିନ ପରିଶ୍ରମ ଏବଂ ଧୈର୍ଯ୍ୟ ଆବଶ୍ୟକ। ପରିଶ୍ରମ ଏବଂ ଆତ୍ମବିଶ୍ଵାସ ନିଶ୍ଚୟ ସଫଳତା ଦିଏ ବୋଲି କୁହନ୍ତି ଓସିଏସ୍ ପରୀକ୍ଷାରେ ୪ ନମ୍ବର ରାଙ୍କ ରଖି ସଫଳ ହୋଇଥିବା ପ୍ରଜ୍ଞା ପାରଙ୍ଗମା।

ଓସିଏସ୍ ପରୀକ୍ଷା ପାଇଁ ୨୦୧୯ ମସିହାରୁ ପ୍ରସ୍ତୁତି ଆରମ୍ଭ କରିଥିଲେ ପ୍ରଜ୍ଞା ପାରଙ୍ଗମା, କିନ୍ତୁ କୋଭିଡ ମହାମାରୀ ତାଙ୍କ ପାଇଁ ବାଧା ସୃଷ୍ଟି କରିଥିଲା। ତଥାପି ସେ ନିଜର ପ୍ରସ୍ତୁତି ଜାରି ରଖିଥିଲେ। ପରୀକ୍ଷା ପୂର୍ବରୁ ପ୍ରଜ୍ଞା ଦିନକୁ ୧୪ରୁ ୧୬ ଘଣ୍ଟା ପ୍ରସ୍ତୁତି କରୁଥିଲେ। ବାପାଙ୍କ ପ୍ରେରଣା ଏବଂ ନିଜ ଆତ୍ମବିଶ୍ଵାସ ତାଙ୍କୁ ଓଡ଼ିଶା ସିଭିଲ ସର୍ଭିସେସ୍ ପରୀକ୍ଷାରେ ସଫଳତା ଦେଇଥିବା ପ୍ରଜ୍ଞା କୁହନ୍ତି।

“ଓଡ଼ିଶା ସିଭିଲ ସର୍ଭିସ ପରୀକ୍ଷାରେ ସଫଳ ହେବା ପାଇଁ ପ୍ରତିଦିନ ଆଠ ଘଣ୍ଟା ଲେଖିବା ଅଭ୍ୟାସ ରଖିବାକୁ ହେବ। ଇଣ୍ଟରଭ୍ୟୁ ପାଇଁ ଅତ୍ମବିଶ୍ୱାସର ଆବଶ୍ୟକ”, କହନ୍ତି ପ୍ରଜ୍ଞା ପାରଙ୍ଗମା।

ଓସିଏସ କ୍ରାକ୍ କରିବା ପାଇଁ କ’ଣ ରହିଥିଲା ପ୍ରଜ୍ଞା ପାରଙ୍ଗମାଙ୍କ ଷ୍ଟ୍ରାଟେଜି, ଜାଣିବା ପାଇଁ ଦେଖନ୍ତୁ ଭିଡିଓ।

Tags: #SuccessStory #PrajnaParangama #Strategy #Topper #OAS #OCS #OPSC #OdishaCivilServiceExam

LEAVE A REPLY

Please enter your comment!
Please enter your name here