ଓଡ଼ିଶାଲାଇଭ୍ ବ୍ୟୁରୋ

ମହାରାଷ୍ଟ୍ରର ଜଲଗାଓଁ ଜିଲ୍ଲାରେ ବୁଧବାର ବଡ଼ ଧରଣର ଟ୍ରେନ୍‌ ଦୁର୍ଘଟଣା ଘଟିଛି। ଏଠାରେ ଟ୍ରେନ୍ ଧକ୍କାରେ ୮ ଜଣ ଯାତ୍ରୀଙ୍କ ମୃତ୍ୟୁ ହୋଇଛି। ଏହାସହ ଅନେକ ଯାତ୍ରୀ ଆହତ ହୋଇଥିବା ସୂଚନା ମିଳିଛି। ଆହତମାନଙ୍କୁ ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

କେନ୍ଦ୍ରାଞ୍ଚଳ ରେଳବାଇ ଜୋନର ସୂଚନା ଅନୁସାରେ ପୁଷ୍ପକ ଏକ୍ସପ୍ରେସ ଟ୍ରେନ୍ ଉତ୍ତର ପ୍ରଦେଶର ଲକ୍ଷ୍ନୌରୁ ମୁମ୍ବାଇକୁ ଯାଉଥିଲା। ବୁଧବାର ଅପରାହ୍ଣ ୫ଟା ସମୟରେ ଏହା ଜଲଗାଁଓର ପରଣ୍ଡା ଷ୍ଟେସନ ଅତିକ୍ରମ କରିବା ପରେ କିଛି ଯାତ୍ରୀ ଏହାର ଚେନ୍ ପୁଲିଂ କରିଥିଲେ। ଏହାପରେ କିଛି ଯାତ୍ରୀ ଟ୍ରେନରୁ ଓହ୍ଲାଇ ପାଖ ଟ୍ରାକ ଉପରେ ଦେଇ ଯାଉଥିଲେ।

ଏହି ସମୟରେ ବିପରିତ ଟ୍ରାକରେ ଆସୁଥିବା କର୍ଣ୍ଣାଟକ ଏକ୍ସପ୍ରେସ କିଛି ଯାତ୍ରୀଙ୍କୁ ଧକ୍କା ଦେଇଥିଲା। ଯାତ୍ରୀମାନେ ଓହ୍ଲାଇବାର ଅଳ୍ପ ସମୟ ମଧ୍ୟରେ ଏହା ଘଟିଥିଲା।

ତେବେ କିଛି ଯାତ୍ରୀ ପୁଷ୍ପକ ଏକ୍ସପ୍ରେସରେ ନିଆଁ ଲାଗିଯାଇଥିବା ନେଇ ଗୁଜବ ପ୍ରଚାରିତ ହେବା ପରେ ଟ୍ରେନର ଚେନ୍ ପୁଲିଂ କରିଥିବା କୁହଯାଉଛି। ଏ ସମ୍ପର୍କରେ ରେଳବାଇ ପକ୍ଷରୁ କୌଣସି ସୂଚନା ଦିଆଯାଇନାହିଁ। ଘଟଣାକୁ ନେଇ ଏବେ ତଦନ୍ତ ଜାରି ରହିଛି।

Tags: #TrainAccident #PuspakExpress #Passengers #KarnatakaExpress #Jalgaon #Maharashtra

LEAVE A REPLY

Please enter your comment!
Please enter your name here