ଓଡ଼ିଶାଲାଇଭ୍ ବ୍ୟୁରୋ
ଭାରତ ସରକାରଙ୍କ ଗୃହ ମନ୍ତ୍ରାଳୟନ ଅଧିନସ୍ଥ କେନ୍ଦ୍ରୀୟ ଔଦ୍ୟୋଗିକ ସୁରକ୍ଷା ବାହିନୀରେ (ସିଆଇଏସଏଫ) ୧୧୨୪ଟି ‘କନଷ୍ଟେବଳ’ ପଦବୀ ପାଇଁ ନିଯୁକ୍ତି ସୁଯୋଗ ପ୍ରକାଶ ପାଇଛି। ସିଆଇଏସଏଫର ବିଭିନ୍ନ ବିଭାଗରେ ଖାଲିଥିବା ଏହିସବୁ ପଦବୀ ପୂରଣ ପାଇଁ ବିଜ୍ଞପ୍ତି ଜାରି ହୋଇଛି।
ଏହି ପଦବୀ ପାଇଁ ଭାରତର ବିଭିନ୍ନ ରାଜ୍ୟରେ ପରୀକ୍ଷା କରାଯିବ। ଏଥିପାଇଁ ଫେବ୍ରୁଆରି ୩ ତାରିଖରୁ ଅନଲାଇନ ଆବେଦନ ଆରମ୍ଭ ହେବ। ଏହା ମାର୍ଚ୍ଚ ୩ ତାରିଖ ଯାଏଁ ଚାଲିବ।
ଆପଣମାନେ ଏହି ସିଆଇଏସଏଫ ହେଡ କନଷ୍ଟେବଳ ପଦବୀ ପାଇଁ ଆବେଦନ କରିବାକୁ ଚାହୁଁଥିଲେ, ଜାଣନ୍ତୁ କେମିତି କରିବେ ଆବେଦନ।
ପଦବୀ ସଂଖ୍ୟା
- କନଷ୍ଟେବଳ – ୧୧୨୪
ଯୋଗ୍ୟତା
- ସମସ୍ତ ପ୍ରାର୍ଥୀ ଭାରତୀୟ ନାଗରିକ ହୋଇଥିବା ଆବଶ୍ୟକ
- ପ୍ରାର୍ଥୀମାନଙ୍କ ବୟସ ୨୧ ରୁ ୨୭ ବର୍ଷ ମଧ୍ୟରେ ହୋଇଥିବା ଆବଶ୍ୟକ
- ପ୍ରାର୍ଥୀମାନେ ଅତି କମରେ ମାଟ୍ରିକ୍ ପାସ କରିଥିବା ଆବଶ୍ୟକ
‘କନଷ୍ଟେବଳ’ ପଦବୀ ପାଇଁ ଆବେଦନ କରୁଥିବା ପ୍ରାର୍ଥୀମାନଙ୍କ ଶାରୀରିକ ମାନଦଣ୍ଡକୁ ଧାର୍ଯ୍ୟ କରାଯାଇଛି। ଏହାର ଅଧିକ ସୂଚନା ସିଆଇଏସଏଫର ୱେବସାଇଟରେ ଉପଲବ୍ଧ। ଏହାଛଡ଼ା ଅନୁସୂଚିତ ଜାତି, ଜନଜାତି ଓ ପଛୁଆ ବର୍ଗର ପ୍ରାର୍ଥୀମାନଙ୍କୁ ବୟସ ସୀମାରେ ଛାଡ଼ ମିଳିବ।
ଚୟନ ପ୍ରକ୍ରିୟା
- ପ୍ରଥମେ ପ୍ରାର୍ଥୀମାନଙ୍କ ଶାରୀରିକ ପରୀକ୍ଷା କରାଯିବ
- ଏହାପରେ ପ୍ରାର୍ଥୀମାନଙ୍କର ମେଡିକାଲ ଭେରିଫିକେସନ କରାଯିବ
- ଶେଷରେ ପଦବୀ ପାଇଁ ଚୟନ ପ୍ରାର୍ଥୀମାନଙ୍କ ଅନ୍ତିମ ତାଲିକା ସିଆଇଏସଏଫର ୱେବସାଇଟରେ ବାହାରିବ
କେମିତି କରିବେ ଆବେଦନ
- ସିଆଇଏସଏଫର ୱେବସାଇଟ୍ www.cisfrectt.cisf.gov.inକୁ ଯାଆନ୍ତୁ
- ୱେବସାଇଟ୍ ଭିତରେ ‘କ୍ୟାରିୟର’ ଅପ୍ସକୁ କ୍ଲିକ କରନ୍ତୁ
- ଏହାପରେ ସେଠାରେ ନିଜର ରେଜିଷ୍ଟ୍ରେସନ କରନ୍ତୁ
- ରେଜିଷ୍ଟ୍ରେସନ ପରେ ‘ଲଗ ଇନ’ କରି ପଦବୀ ପାଇଁ ଫର୍ମ ପୂରଣ କରନ୍ତୁ
- ଫର୍ମ ପୂରଣ ସମୟରେ ନିଜର ପାଖ ଅଞ୍ଚଳରେ ଥିବା ପରୀକ୍ଷା କେନ୍ଦ୍ରକୁ ବାଛନ୍ତୁ
- ଶେଷରେ ପୂରଣ କରିଥିବା ଫର୍ମର ଏକ ପ୍ରିଣ୍ଟ ଆଉଟ ରଖନ୍ତୁ
ଏହି ‘କନଷ୍ଟେବଳ’ ପଦବୀ ପରୀକ୍ଷା ପାଇଁ ସାଧରଣ ଏବଂ ଓବିସି ବର୍ଗର ପ୍ରାର୍ଥୀମାନଙ୍କୁ ୧୦୦ ଟଙ୍କା ଆବେଦନ ଫି’ ଦେବାକୁ ପଡ଼ିବ। ଅନ୍ୟପଟେ ମହିଳା, ଅନୁସୂଚିତ ଜାତି, ଜନଜାତି ଓ ଅନ୍ୟ ବର୍ଗର ପ୍ରାର୍ଥୀମାନଙ୍କ ପାଇଁ ଫି’ ଛାଡ଼ କରାଯାଇଛି।
ଏହି ପଦବୀ ପାଇଁ କେବେ ପରୀକ୍ଷା କରାଯିବ ସେ ନେଇ ସିଆଇଏସଏଫ ପକ୍ଷରୁ ଆଗକୁ ସୂଚନ ଦିଆଯିବ। ଏହି ପଦବୀ ଓ ପରୀକ୍ଷା ସମ୍ବନ୍ଧୀୟ ଅଧିକ ସୂଚନା ସିଆଇଏସଏଫର ୱେବସାଇଟରେ ଉପଲବ୍ଧ।
Tags: #CentralIndustrialSecurityForce #CISF #Constable #EmploymentOpportunity #India