ଓଡ଼ିଶାଲାଇଭ୍ ବ୍ୟୁରୋ

ସାଧାରଣତନ୍ତ୍ର ଦିବସ ପୂର୍ବରୁ ଘୋଷଣା ହୋଇଛି ଜାତୀୟ ସାହସିକତା ଓ ସେବା ପୁରସ୍କାର। ଭାରତର ବିଭିନ୍ନ ରାଜ୍ୟର ପୋଲିସ, ଅଗ୍ନିଶମ, ହୋମଗାର୍ଡ, ସିଭିଲ ଡିଫେନ୍ସ ଭଳି ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ସେବା ଓ ସାହସିକତା ପ୍ରଦର୍ଶନ ପାଇଁ ଏହି ସମ୍ମାନ ପ୍ରଦାନ କରାଯିବ। ଚଳିତବର୍ଷ ମୋଟ ୯୪୨ ଜଣ ଏହି ପୁରସ୍କାର ପାଇବେ। ସେମାନଙ୍କ ମଧ୍ୟରେ ଓଡ଼ିଶାର ୧୯ ଜଣ ପୋଲିସ କର୍ମଚାରୀ ସାମିଲ ଅଛନ୍ତି। ଏନେଇ ଶନିବାର କେନ୍ଦ୍ର ଗୃହ ମନ୍ତ୍ରାଳୟ ପକ୍ଷରୁ ତାଲିକା ପ୍ରକାଶ ପାଇଛି।

ଚଳିତବର୍ଷ ଓଡ଼ିଶାର ୨ ଜଣଙ୍କୁ ଉଲ୍ଲେଖନୀୟ ସେବା ପାଇଁ ରାଷ୍ଟ୍ରପତି ପଦକ ମିଳିବ। ପୋଲିସ ସୁପରିଣ୍ଟେଣ୍ଡେଣ୍ଟ ସରୋଜ ସାମଲଏବଂ କନଷ୍ଟେବଳ ସତ୍ୟବାଦୀ ମଲ୍ଲିକ ରାଷ୍ଟ୍ରପତି ପଦକ ପାଇବେ।

ସେହିପରି ସାଧାରଣତନ୍ତ୍ର ଦିବସରେ ସାରା ଭାରତର ମୋଟ ୯୫ ଜଣ ପୋଲିସଙ୍କୁ ମିଳିବ ଜାତୀୟ ସାହସିକତା ପୁରସ୍କାର। ସେମାନଙ୍କ ମଧ୍ୟରେ ଓଡ଼ିଶାରୁ ୬ ଜଣ ପୋଲିସକର୍ମୀ ରହିଛନ୍ତି। ସେମାନେ ହେଲେ ସବଇନ୍ସପେକ୍ଟର ଗିରିଶ ଚନ୍ଦ୍ର ମାଝୀ, ହାବିଲଦାର ପବିତ୍ର କୁମାର ସାହୁ, ହାବିଲଦାର ଉମେଶ ମୁଣ୍ଡା, କନଷ୍ଟେବଳ ପୀତାମ୍ବର ସତନାମୀ, କନଷ୍ଟେବଳ କବି ଚନ୍ଦ୍ର ରାଉତ, କନଷ୍ଟେବଳ ସୁଶାନ୍ତ କୁମାର ସାଗର।

ଅନ୍ୟପଟେ ସେବାରେ ପ୍ରଂଶସନୀୟ କାର୍ଯ୍ୟ ପାଇଁ ରାଜ୍ୟର ୧୧ ଜଣଙ୍କୁ ମିଳିବ ପୁରସ୍କାର। ସେମାନଙ୍କ ମଧ୍ୟରେ ଅଗ୍ନିଶମ ସେବାରେ ୪ ଜଣ କର୍ମଚାରୀ ଏବଂ ହୋମ୍‌ଗାର୍ଡ ଓ ସିଭିଲ୍‌ ଡିଫେନ୍ସ ବିଭାଗରେ ୩ ଜଣ ଜଣ କର୍ମଚାରୀ ପୁରସ୍କୃତ ହେବେ।

Tags: #RepublicDay #DistinguishedServiceMedal #GallantryAwards #Police #PresidentofIndia #HomeMinistry #India

Comment