ଓଡ଼ିଶାଲାଇଭ୍ ବ୍ୟୁରୋ

ବସନ୍ତ ପଞ୍ଚମୀ ଏବଂ ବନକଲାଗି ନୀତି ପାଇଁ ପୁରୀ ଶ୍ରୀମନ୍ଦିରରେ ହେବାକୁ ଥିବା ବିଶେଷ ନୀତିକାନ୍ତିକୁ ଦୃଷ୍ଟିରେ ରଖି ଚାରିଦିନ ବନ୍ଦ ରହିବ ରତ୍ନଭଣ୍ଡାର ମରାମତି କାମ। ଆସନ୍ତା ଫେବ୍ରୁଆରି ୨, ୩, ୫ ଏବଂ ୬ ତାରିଖ ରତ୍ନଭଣ୍ଡାର ମରାମତି କାମକୁ ବନ୍ଦ ରଖାଯିବ। ଏ ନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି।

ଗତ ୨୦୨୪ ଡିସେମ୍ବର ୧୭ ତାରିଖରୁ ଆରମ୍ଭ ହୋଇଥିଲା ରତ୍ନଭଣ୍ଡାର ମରାମତି କାମ। ଜିପିଆର ସର୍ଭେ ରିପୋର୍ଟ ଆଧାରରେ ଏବଂ ରାଜ୍ୟ ସରକାରଙ୍କ ଏସଓପି ଅନୁସାରେ ରତ୍ନଭଣ୍ଡାର ମରାମତି କାମ ଆଗେଇ ଚାଲିଛି।

ତେବେ ଜାନୁଆରି ୧୨ରୁ ୧୫ ତାରିଖ ମଧ୍ୟରେ ମରାମତି କାମ ବନ୍ଦ ରହିଥିଲା। ପୁନର୍ବାର ଜାନୁଆରି ୧୬ ତାରିଖରୁ ରତ୍ନଭଣ୍ଡାର ମରାମତି କାମ ଆରମ୍ଭ ହୋଇଥିଲା। କିଛି ଦିନ ମରାମତି କାମ ହୋଇ ପୁଣି ଜାନୁଆରି ୨୬ ତାରିଖ ପର୍ଯ୍ୟନ୍ତ ଏହାକୁ ସ୍ଥଗିତ ରଖାଯାଇଥିଲା। ଜାନୁଆରି ୨୭ରୁ ମରାମତି କାର୍ଯ୍ୟ ଆରମ୍ଭ ହୋଇଥିଲା। ଏବେ ଆସନ୍ତା ଫେବ୍ରୁଆରି ୨ରୁ ୬ ତାରିଖ ଚାରିଦିନ ମରାମତି କାମ ବନ୍ଦ ରହିବ।

ଆସନ୍ତା ମାର୍ଚ୍ଚ ମାସ ସୁଦ୍ଧା ଶ୍ରୀମନ୍ଦିର ରତ୍ନଭଣ୍ଡାର ମରାମତି କାମ ଶେଷ କରିବାକୁ ଲକ୍ଷ୍ୟ ରଖିଛି ଏଏସ୍ଆଇ।

Tags: #ShreeMandir #RatnaBhandar #RepairWork #ASI #Puri #Odisha

Comment