ଓଡ଼ିଶାଲାଇଭ୍ ବ୍ୟୁରୋ

ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ଫେବ୍ରୁଆରି ୫ ତାରିଖରେ ଭୋଟ୍ ଗ୍ରହଣ ହେବ। ଏଥିପାଇଁ ସୋମବାର ସରୁଛି ପ୍ରଚାର। ଶେଷ ମୁହୂର୍ତ୍ତରେ ଭୋଟରଙ୍କୁ ଆକୃଷ୍ଟ କରିବାକୁ ସମସ୍ତ ପ୍ରମୁଖ ରାଜନୈତିକ ଦଳ ଲାଗି ପଡ଼ିଛନ୍ତି। ବିଜେପି, ଆମ ଆଦମୀ ପାର୍ଟି ଓ କଂଗ୍ରେସ ମଧ୍ୟରେ ପ୍ରଚାର ମଇଦାନରେ ଚାଲିଛି ଜୋରଦାର ଟକ୍କର।

ପ୍ରଚାର ମଇଦାନରେ ସବୁ ରାଜନୈତିକ ଦଳର ଜନସଭା, ରୋଡ ସୋ, ପଦଯାତ୍ରା, ଜନସଂପର୍କ ଯାତ୍ରାରେ ରାଜନୀତିକୁ ସରଗରମ କରିଛି। ଅରବିନ୍ଦ କେଜରିୱାଲ ଆମ ଆଦମୀ ପାର୍ଟିର ମଙ୍ଗ ଧରି ଜୋରସୋରରେ ପ୍ରଚାର ଚଳାଇଛନ୍ତି। ସେହିପରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସମେତ ଏକାଧିକ କେନ୍ଦ୍ର ମନ୍ତ୍ରୀ ଓ ସଂସଦ ବିଜେପି ପକ୍ଷରୁ ପ୍ରଚାର କରୁଛନ୍ତି।

ବିଭିନ୍ନ ପ୍ରସଙ୍ଗ ନେଇ ଆମ ଆଦମୀ ପାର୍ଟି ମୁଖ୍ୟ ଅରବିନ୍ଦ କେଜରିୱାଲ କେନ୍ଦ୍ରକୁ ଟାର୍ଗେଟ କରିଛନ୍ତି।  ସେହିପରି ବିଜେପି ଓ କଂଗ୍ରେସ ମଧ୍ୟ ଅରବିନ୍ଦ କେଜରିୱାଲଙ୍କ ପାଇଁ ଦିଲ୍ଲୀରେ ବ୍ୟାପକ ଦୁର୍ନୀତି ହୋଇଥିବା ଅଭିଯୋଗ କରିଛନ୍ତି।

ଫେବ୍ରୁଆରି ୫ ତାରିଖରେ ଦିଲ୍ଲୀର ସମସ୍ତ ୭୦ଟି ଆସନରେ ଭୋଟ୍‌ ଗ୍ରହଣ ହେବ। ଏହାପରେ ଫେବ୍ରୁଆରି ୮ରେ ନିର୍ବାଚନୀ ଫଳାଫଳ ପ୍ରକାଶ ପାଇବ। 

ଦିଲ୍ଲୀର ୭୦ଟି ଆସନ ମଧ୍ୟରୁ ୫୮ଟି ସାଧାରଣ ବର୍ଗଙ୍କ ପାଇଁ ସଂରକ୍ଷିତ ରହିଥିବା ବେଳେ ୧୨ଟି ଅନୁସୂଚିତ ଜାତି ପାଇଁ ସଂରକ୍ଷିତ ରହିଛି। ଏହି ନିର୍ବାଚନ ପାଇଁ ୧୩ ହଜାର ୩୩ଟି ମତଦାନ କେନ୍ଦ୍ରରେ ଭୋଟ ଗ୍ରହଣ କରାଯିବ।

ଦିଲ୍ଲୀରେ ଭୋଟ ଭୋଟରଙ୍କ ସଂଖ୍ୟା ହେଉଛି ପ୍ରାୟ ୧ କୋଟି ୫୫ ଲକ୍ଷ। ସେମାନଙ୍କ ଭିତରୁ ୮୩ ଲକ୍ଷ ୪୯ ହଜାର ପୁରୁଷ ଭୋଟର ରହିଥିବାବେଳେ ୭୧ ଲକ୍ଷ ୭୪ ହଜାର ହେଉଛନ୍ତି ମହିଳା ଭୋଟର। 

Tags: #DelhiAssemblyElection2025 #Voters #Vote #Politics #ECI #Delhi

LEAVE A REPLY

Please enter your comment!
Please enter your name here