ଓଡ଼ିଶାଲାଇଭ୍ ବ୍ୟୁରୋ

ଓଡ଼ିଆ ଟେଲିଭିଜନ ଅଭିନେତ୍ରୀ ରାଜେଶ୍ୱରୀ ରାୟ ମହାପାତ୍ର। ଆଜି ସେ ହୁଏତ ଆମ ଗହଣରେ ନାହାନ୍ତି। କର୍କଟ ସହ ଲଢ଼ି ଜୀବନ ଯୁଦ୍ଧରେ ହାରି ଯାଇଛନ୍ତି। କିନ୍ତୁ ଜୀବନର ପ୍ରତିଟି ମୁହୂର୍ତ୍ତକୁ କିଭଳି ବଞ୍ଚିବା କଥା ସେ ଶିଖାଇ ଦେଇଛନ୍ତି। କ୍ୟାନ୍ସର ସହ ଲଢ଼ୁଥିବା ମଣିଷମାନଙ୍କ ମନରେ ରାଜେଶ୍ୱରୀଙ୍କର ଏହି ଦୁଇ ପଦ କଥା ନିଶ୍ଚୟ ପ୍ରେରଣା ଯୋଗାଇବ।

ରାଜେଶ୍ୱରୀ ଯିବା ପୂର୍ବରୁ ଗୋଟିଏ କଥା କହିଯାଇଛନ୍ତି, “ଜୀବନର ପ୍ରତିଟି ମୁହୂର୍ତ୍ତ ହେଉଛି ଆମ ପାଇଁ ମୂଲ୍ୟବାନ। ପ୍ରତିଟି ମୁହୂର୍ତ୍ତକୁ ହସି ହସି ବଞ୍ଚିବା ଦରକାର। ସବୁ ପରିସ୍ଥିତିକୁ ହସି ଖେଳି ସାମ୍ନା କରିଲେ, କଠିନ ପରିସ୍ଥିତି ବି ସହଜ ହେଇଯିବ।”

ଓଡ଼ିଶାଲାଇଭ୍‌କୁ ଦେଇଥିବା ସ୍ୱତନ୍ତ୍ର ସାକ୍ଷାତକାରରେ ରାଜେଶ୍ୱରୀଙ୍କ ମୁହଁରୁ ଶୁଣନ୍ତୁ ତାଙ୍କ ସଂଘର୍ଷ ଓ ସାହସର କାହାଣୀ। ଦେଖନ୍ତୁ ଭିଡିଓ।

Tags: #Cancer #WorldCancerDay #LateRajeswariRayMohapatra #OdiaActor #Odisha

LEAVE A REPLY

Please enter your comment!
Please enter your name here