ଓଡ଼ିଶାଲାଇଭ୍ ବ୍ୟୁରୋ

(କୃଷ୍ଣ କୁମାର ମହାନ୍ତି): ନୂଆଦିଲ୍ଲୀସ୍ଥିତ ପ୍ରଗତି ମଇଦାନଠାରେ ଅନୁଷ୍ଠିତ ବିଶ୍ୱ ପୁସ୍ତକ ମେଳାରେ ଓଡ଼ିଶାର ଦୁଇଟି ପୁସ୍ତକ ଉନ୍ମୋଚିତ ହୋଇଛି।
କବି ମାନସ ରଞ୍ଜନ ମହାପାତ୍ରଙ୍କ ଗଳ୍ପ ପୁସ୍ତକ ‘ନନାଙ୍କ ଖୁଞ୍ଚ ଲାଗିଥିବା ପଞ୍ଜାବୀ’ ଏବଂ ମାନସ ରଞ୍ଜନ ମହାପାତ୍ର ଓ ସୁଦୀପ୍ତା ମିଶ୍ରଙ୍କ ସମ୍ପାଦିତ ସମକାଳୀନ ଓଡ଼ିଆ କବିତା ସଙ୍କଳନ ‘ସାଇଲେଣ୍ଟ୍ ୱେଭସ୍ ଇନ୍ ସଲିଲକି’ ବିଶ୍ୱ ପୁସ୍ତକ ମେଳାରେ ଆୟୋଜିତ ସ୍ଵତନ୍ତ୍ର କାର୍ଯ୍ୟକ୍ରମରେ ଉନ୍ମୋଚିତ ହୋଇଛି।
ପୁସ୍ତକ ଉନ୍ମୋଚନ କାର୍ଯ୍ୟକ୍ରମରେ ହିନ୍ଦୀ ଭାଷାର ବିଶିଷ୍ଟ କବି ଲୀଳାଧର ମାଣ୍ଡଲୋଇ, ଦିବିକ ରମେଶ, ସୁରେଶ ଉନିଆଲ, ସୁନିଲ ସାକ୍ସେନା, ନ୍ୟାସନାଲ ବୁକ ଟ୍ରଷ୍ଟର ସମ୍ପାଦକ ଦ୍ଵିଜେନ୍ଦ୍ର କୁମାର, ଓଡ଼ିଆ ପ୍ରକାଶକ ଜୀବାନନ୍ଦ ମିଶ୍ର, ବି. ଏନ୍ ମହାପାତ୍ର, ବିରଜା ମହାପାତ୍ର ଓ ଶୈଳବାଳା ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ।
Tags: #WorldBookFair #NewDelhi #BookRelease #Odisha #OdiaBook








