ଓଡ଼ିଶାଲାଇଭ୍ ବ୍ୟୁରୋ

ଫେବ୍ରୁଆରି ୧୩ ତାରିଖରୁ ଆରମ୍ଭ ହେଉଛି ଓଡ଼ିଶା ବିଧାନସଭା ବଜେଟ୍ ଅଧିବେଶନ। ଏହାପୂର୍ବରୁ ଫେବ୍ରୁଆରି ୧୨ ତାରିଖରେ ବିଧାନସଭାରେ ସର୍ବଦଳୀୟ ବୈଠକ ବସିବ। ଫେବ୍ରୁଆରି ୧୭ ତାରିଖରେ ବଜେଟ୍ ଉପସ୍ଥାପନ କରିବେ ରାଜ୍ୟ ସରକାର।

ବାଚସ୍ପତି ସୁରମା ପାଢ଼ୀଙ୍କ ଅଧ୍ୟକ୍ଷତାରେ ସର୍ବଦଳୀୟ ବୈଠକ ଅନୁଷ୍ଠିତ ହେବ। ବଜେଟ୍ ଅଧିବେଶନକୁ ସୂଚାରୁ ରୂପେ ଚଳାଇବା ପାଇଁ ଏହି ବୈଠକରେ ଆଲୋଚନା କରାଯିବ।

ଚଳିତବର୍ଷ ଦୁଇଟି ପର୍ଯ୍ୟାୟରେ ବଜେଟ୍ ଅଧିବେଶନ ହେବ। ଏପ୍ରିଲ ୫ ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ଅଧିବେଶନରେ ମୋଟ ୨୮ଟି କାର୍ଯ୍ୟ ଦିବସ ରହିବ।

ଫ୍ରେବୃଆରି ୧୩ରୁ ୨୧ ଯାଏଁ ପ୍ରଥମ ପର୍ଯ୍ୟାୟ ଅଧିବେଶନ ଚାଲିବ। ଏହା ପରେ ମାର୍ଚ୍ଚ ୭ରୁ ଏପ୍ରିଲ ୫ ତାରିଖ ପର୍ଯ୍ୟନ୍ତ ଦ୍ଵିତୀୟ ପର୍ଯ୍ୟାୟ ବଜେଟ୍ ଅଧିବେଶନ କାର୍ଯ୍ୟ ଚାଲିବ।

ଫେବ୍ରୁଆରି ୧୭ ତାରିଖରେ ଆସିବାକୁ ଥିବା ରାଜ୍ୟ ବଜେଟ୍ ଉପରେ ରହିଛି ସମସ୍ତଙ୍କ ନଜର। ଏଥର ବଜେଟରେ ସାଧାରଣ ଲୋକଙ୍କ ପାଇଁ କ’ଣ ରହିବ ଖାସ। କେଉଁ ବିଭାଗ ପାଇଁ କେତେ ଅର୍ଥ ବ୍ୟୟ ବରାଦ ହେବ ତାହା ଗୁରୁତ୍ଵପୂର୍ଣ୍ଣ ରହିବ।

Tags: #OdishaAssembly #BudgetSession2025 #AllPartyMeeting #Odisha

Comment