ଓଡ଼ିଶାଲାଇଭ୍ ବ୍ୟୁରୋ

ପ୍ରକାଶ ପାଇଲା ଓଡ଼ିଶା ସିଭିଲ ସର୍ଭିସ (ଓସିଏସ୍) ପ୍ରିଲିମ ୨୦୨୩ ରେଜଲ୍ଟ। ଏହି ପରୀକ୍ଷାରେ କୃତକାର୍ଯ୍ୟ ହୋଇଛନ୍ତି ମୋଟ ୪,୭୯୯ ଜଣ ପ୍ରାର୍ଥୀ। ଏମାନଙ୍କ ମଧ୍ୟରେ ରହିଛନ୍ତି ୧,୫୭୩ ମହିଳା। ଏ ନେଇ ଓପିଏସସି ପକ୍ଷରୁ ସୂଚନା ଦିଆଯାଇଛି।

ଓପିଏସସିର ଓ୍ଵେବସାଇଟ http://opsc.gov.in କୁ ଯାଇ ପ୍ରିଲିମ ପରୀକ୍ଷା ଦେଇଥିବା ପ୍ରାର୍ଥୀ ଫଳାଫଳ ଜାଣିପାରିବେ।

ଓଡ଼ିଶା ସିଭିଲ ସର୍ଭିସ୍ ମେନ୍ ପରୀକ୍ଷା ପାଇଁ ଆଗାମୀ ଦିନରେ ବିଜ୍ଞପ୍ତି ପ୍ରକାଶ ପାଇବ। ଏହା ଓପିଏସସିର ଓ୍ଵେସାଇଟରେ ଉପଲବ୍ଧ ରହିବ ବୋଲି ଓପିଏସସି ପକ୍ଷରୁ କୁହାଯାଇଛି।

ଗତ ୨୦୨୪ ଡିସେମ୍ବର ୧୫ ତାରିଖରେ ଏସିଏସ୍ ପ୍ରିଲିମ ୨୦୨୩ ପରୀକ୍ଷା ହୋଇଥିଲା।

Tags: #OPSC #OCS #OdishaCivilServiceExam2023 #PrelimsResult #Odisha

Comment