ଓଡ଼ିଶାଲାଇଭ୍ ବ୍ୟୁରୋ
![](https://odisha.live/wp-content/uploads/2020/08/traffic-1024x576.jpg)
ଅନେକ ଦିନର ବ୍ୟବଧାନ ପରେ ଟ୍ଵିନ ସିଟି ଭୁବନେଶ୍ୱର-କଟକରେ ପୁଣି ଆରମ୍ଭ ହେବ ଯାନବାହନ ଯାଞ୍ଚ। ଫେବ୍ରୁଆରି ୧୦ ତାରିଖରୁ କମିଶନରେଟ୍ ପୋଲିସ ପକ୍ଷରୁ ଗାଡ଼ି ଚେକିଂ କଡ଼ାକଡ଼ି ହେବ। ଏନେଇ ଚାଳକମାନଙ୍କୁ ଗାଡ଼ିର ସବୁ କାଗଜପତ୍ର ପ୍ରସ୍ତୁତ ରଖିବାକୁ ପୋଲିସ ପକ୍ଷରୁ କୁହାଯାଇଛି।
କମିଶନରେଟ୍ ପୋଲିସର ଏହି ସ୍ପେଶାଲ ଡ୍ରାଇଭରେ ଲାଇସେନ୍ସ, ହେଲମେଟ ତଥା ଗାଡ଼ିର ଇନ୍ସୁରାନ୍ସ ଓ ପଲ୍ୟୁସନ ଆଦି ଚେକିଂ ହେବ। ଏହାସହ ଗାଡ଼ିରେ ବିକଟାଳ ହର୍ଣ୍ଣ ତଥା କଳାକାଚର ଯାଞ୍ଚ ହେବ। ଏଗୁଡ଼ିକ ପାଇଁ ମୋଟ ଅଙ୍କର ଜୋରିମାନା ଲାଗିବ ବୋଲି ପୋଲିସ ପକ୍ଷରୁ ଚେତାବନୀ ଦିଆଯାଇଛି।
କୋଭିଡ୍ ମହାମାରୀ ସମୟରୁ ଟ୍ଵିନ ସିଟିରେ ଯାନବାହନ ଯାଞ୍ଚ ବନ୍ଦ ରହିଥିଲା। ଏବେ ପୁଣି ଏହାକୁ ଆରମ୍ଭ କରିବାକୁ କମିଶନରେଟ୍ ପୋଲିସ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ହୋଇଛି।
Tags: #VehicleChecking #CommissioneratePolice #Bhubaneswar #Cuttack