ଓଡ଼ିଶାଲାଇଭ୍ ବ୍ୟୁରୋ

ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ଶନିବାର ଭୋଟ ଗଣତି ଜାରି ରହିଛି। ଏଠାରେ ବିଜେପି ଆମ ଆଦମୀ ପାର୍ଟିଠାରୁ ଆଗୁଆ ରହିଛି। ପ୍ରାରମ୍ଭିକ ପର୍ଯ୍ୟାୟରେ ହିଁ ବିଜେପିକୁ ଦିଲ୍ଲୀରେ ବହୁମତ ମିଳିଥିବା ଦେଖିବାକୁ ମିଳିଛି। ଅନ୍ୟପଟେ କଂଗ୍ରେସ ଏ ଯାଏଁ ଖାତା ଖୋଲି ପାରିନାହିଁ। ନିର୍ବାଚନୀ ଟ୍ରେଣ୍ଡ ଅନୁସାରେ ୨୭ ବର୍ଷ ପରେ ବିଜେପି ଦିଲ୍ଲୀରେ ସରକାର ଗଢୁଥିବା ଦେଖାଯାଉଛି।

ଶନିବାର ଦିନ ୧୧ଟା ସୁଦ୍ଧା ମିଳିଥିବା ସୂଚନା ଅନୁସାରେ ୭୦ ବିଧାନସଭା ଆସନ ବିଶିଷ୍ଟ ଦିଲ୍ଲୀରେ ବିଜେପି ୪୩ଟି ଆସନରେ ଆଗୁଆ ରହିଥିବାବେଳେ ଆମ ଆଦମୀ ପାର୍ଟି ୨୭ଟି ଆସନରେ ଆଗୁଆ ରହିଛି। ସେହିପରି ଗୋଟିଏ ଦୁଇଟି ଆସନରେ କଂଗ୍ରେସ ଟକ୍କର ଦେଇଥିବା ଦେଖିବାକୁ ମିଳିଛି।

ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ଫେବ୍ରୁଆରି ୫ ତାରିଖରେ ଭୋଟ ଗ୍ରହଣ ହୋଇଥିଲା। ତେବେ ଏହି ନିର୍ବାଚନ ପାଇଁ ଆସିଥିବା ଏଗଜିଟ୍ ପୋଲରେ ବିଜେପିକୁ ବହୁମତ ମିଳିବ ବୋଲି ପୂର୍ବାନୁମାନ କରାଯାଇଥିଲା।

ଶନିବାର ଭୋଟ ଗଣତି ଆରମ୍ଭରୁ ହିଁ ଆମ ଅଦମୀ ପାର୍ଟିର ବାରିଷ୍ଠ ନେତାମାନେ ପଛୁଆ ରହିଥିବା ଦେଖିବାକୁ ମିଳିଛି। ଏପରିକି ଆମ ଅଦମୀ ପାର୍ଟି ମୁଖିଆ ଅରବିନ୍ଦ କେଜ୍ରିୱାଲ୍ ନୂଆଦିଲ୍ଲୀ ଆସନରେ ଅଳ୍ପ ବ୍ୟବଧାନରେ ପଛୁଆ ରହିଛନ୍ତି। ସେହିପରି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଆତିଶୀ ମରଲେନା ମଧ୍ୟ ନିଜ ଆସନରେ ପଛୁଆ ରହିଛନ୍ତି।

Tags: #DelhiAssemblyElection2025 #Results #BJP #AAP #Congress #Politics

LEAVE A REPLY

Please enter your comment!
Please enter your name here